STORYMIRROR

Bharatabandhu Biswal

Abstract Inspirational Others

3  

Bharatabandhu Biswal

Abstract Inspirational Others

ପୁରାଣ

ପୁରାଣ

1 min
217


ଅଷ୍ଟାଦଶ ସଂଖ୍ଯା   ମହାପୁରାଣର

     ବ୍ରହ୍ମ ପଦ୍ମ ବିଷ୍ଣୁ ଶିବ

ବରାହ ଭବିଷ୍ୟ    ବ୍ରହ୍ମ ବଇବର୍ତ୍ତ

     ଲିଙ୍ଗ ସ୍କନ୍ଦ କୂର୍ମ ମତ୍ସ l

     ନାରଦୀୟ ମାର୍କଣ୍ଡେୟ

ଗରୁଡ ବ୍ରହ୍ମାଣ୍ଡ     ବାମନ ଓ ଅଗ୍ନି

     ଭାଗବତ ବ୍ଯାସକୃତ ।

ଉପପୁରାଣର    ସଂଖ୍ଯା ବି ଅଠର

      ଅତିରିକ୍ତ ଉନତ୍ରିଂଶ

ବିବିଧ ବିଷୟ     ସୁଗୁଣ ସଂସ୍କାର 

     ବର୍ଣିତ ସର୍ବ ବୃତ୍ତାନ୍ତ 

     ସୁବିଶ୍ବାସ ପରମ୍ପରା

ଆସୁଅଛି ଚଳି    ଅନାଦି କାଳରୁ

     ଯଥା ସୂର୍ଯ୍ୟଚନ୍ଦ୍ର ତାରା ।

ଗଣିତ ବିଜ୍ଞାନ    ସାହିତ୍ଯ ଦର୍ଶନ

     ଅର୍ଥନୀତି ଇତିହାସ

ବିକଶେ ପ୍ରବିଧି    ଯାନ୍ତ୍ରିକ କୌଶଳ

     ଲୋଡଇ ସୁଖ ମଣିଷ 

     ନିଜକୁ ବୋଲାଏ ସଭ୍ଯ 

ଦିନ ପ୍ରତିଦିନ    ଗୁଣାତ୍ମକ ମାନ

     ହୁଏ କିନ୍ତୁ ଅବକ୍ଷୟ ।

ଯୁଗ ପରେ ଯୁଗ   ଯାଉଅଛି ବିତି

     ସମୟର ବଡଦାଣ୍ଡେ

ଠାରଗାରେ ଗାଥା   ଲିଖିତ ପୁରାଣ

     ବେଦ ଓ ଉପନିଷଦେ

      ସବୁଶାସ୍ତ୍ର ମୂଳମନ୍ତ୍ର

ଜୀବନ ଏବେବି   କରୁଛି ସଂଗ୍ରାମ 

     ଲୋଡୁଛି ମୁକ୍ତି ସ୍ବାଚ୍ଛନ୍ଦ୍ଯ ।

ଯୁଦ୍ଧ ବିଭୀଷିକା   ବିରୋଧାଭାଷର

     ମିଛମାୟା ଅନ୍ଧକାର 

କୁହୁଳେ ଅନ୍ତରେ   ସ୍ବାର୍ଥ ଦାବାନଳ

     ହିଂସା ଦ୍ବେଷ ଅହଙ୍କାର 

     ଖୋଜୁଛି ମଣିଷ ଶାନ୍ତି

ଆହରୁଛି ବିଦ୍ଯା   ପୁରାଣ ନିର୍ଯ୍ଯାସ

     ଦୃଷ୍ଟି ଦିବ୍ଯ ଜ୍ଞାନ ଶକ୍ତି ।

           


Rate this content
Log in

Similar oriya poem from Abstract