ପାପ ହୁଏ ଅବକ୍ଷୟ
ପାପ ହୁଏ ଅବକ୍ଷୟ
ଆଲୋକର ପର୍ବ ଅଟେ ଦୀପାବଳୀ
ଦୂର କରେ ଅନ୍ଧକାର
ସୁଖ ସୌହାଦ୍ଦ୍ୟ ର ପର୍ବ ଅଟେ ଏହି
ରୋଳ ଶୁଭେ ଘର ଘର ।।
ପାପ ତାପ କଷ୍ଟ ଦୁଃଖ ଯାତନା କୁ
ପଦାଘାତ କରି ସର୍ବେ
ଭାଇଚାରା ଭାବ ଆଣି ହୃଦୟ ରେ
ପାଳନ୍ତି ପରବ ଗର୍ବେ ।।
ରଙ୍ଗ ବେରଙ୍ଗ ର ସୁସଜ୍ଜିତ ଦୀପ
ଜଳୁଥାଏ ଘରେ ଘରେ
ଭାଇ ସାଙ୍ଗସାଥି ହୋଇଣ ଏକାଠି
ଫୁଟାନ୍ତି ବାରୁଦ ଧରେ ।।
ଅମାବାସ୍ୟା ର ସେ ଅମା ଅନ୍ଧକାର
ହଜିଯାଏ ଦୀପ ଜ୍ୱlଳେ
କର୍ମର ପ୍ରଦୀପ ଜଳୁଥାଏ ଜାଣ
ସାଧନା ବ୍ରତର ତୈଳେ ।।
ଧର୍ମ ଅଧର୍ମ ର କଳଙ୍କିତ ଯୁଦ୍ଧେ
ସତ୍ୟର ହୁଏ ବିଜୟ
ଅନ୍ଧକାର ଯାଇ ଆଲୋକ ଉଦ୍ଭାସେ
ପାପ ହୁଏ ଅବକ୍ଷୟ ।।
