STORYMIRROR

Aparajita Sarangi

Abstract Classics Inspirational

4  

Aparajita Sarangi

Abstract Classics Inspirational

ଶେଷ ଚିଠି

ଶେଷ ଚିଠି

1 min
2

ପ୍ରିୟ ବାସିନୀ

ଦେଖା ହେଇଥିଲା ତୋର ମୋର 

ଯୋଉଦିନ ତୁ ଆଖି ମିଟିମିଟି କଲୁ 

ଗୋଡ଼ ବାଡେଇ କାନ୍ଦିଲୁ 

କି ଥିଲା ସେ ଯାଦୁର ପରଶ 

ଛୁଇଁ କି ଅଦ୍ଭୁତ ଶିହରଣ ଖେଳେଇଲୁ 

ମାତୃତ୍ୱ କଅଣ ବୁଝେଇଲୁ 

ପୋଥି ପୁରାଣ ଖୋଜି ଦେଇଥିଲି ନାଁ ତୋର 

ଅତି ସୁକୁମାରୀ ଗ୍ରାମ ବାସିନୀ ll


ଖେଳି ବୁଲି ଯେବେ 

ଦୌଡୁଥିଲୁ ମୋ ଦାଣ୍ଡ ଅଗଣାରେ 

ଫୁଲି ଫୁଲି ହସୁଥିଲେ ମୋ କ୍ଷେତ କିଆରୀ 

ସବୁଜ ବନାନୀ ତୋଟା ବଣ 

ତୋ ଗାଧୁଆ ତୁଠ ପୋଖରୀ କୂଳ 

ସତେକି ଥେଇ ଥେଇ ହେଇ 

ପାଣିର ସୁଅରେ ନାଚୁଥିଲା

ତୋ ବହିବସ୍ତାନି ଧରା କୁନି କୁନି ହାତ

ଗାଆଁ ଚାଟଶାଳୀ କୁ ନଚାଉଥିଲା ll


ମନେପଡେ ଯାଇଥିଲୁ ଯୋଉଦିନ ପ୍ରବାସ 

ପାଠ ପଢି ନୂଆ ଜୀବନ ଗଢିବାକୁ 

ବର୍ଷାର ବୁନ୍ଦାରେ ଫାଟି ଫାଟି କାନ୍ଦିଥିଲା 

ତୋର ପାଦ ଛୁଆଁ ଗାଁ ଦାଣ୍ଡ 

ଆଶୀର୍ବାଦ ଦେଇ ଉଜ୍ଜଳ ଭବିଷ୍ୟତର

ଚାହିଁ ବସିଥିଲା ଫେରି ଆସିବୁ ବୋଲି 

ଦିନେ ସମାପ୍ତ କରି ପାଠର ଚକ୍ରବ୍ୟୁହ 

ଭାବିଥିଲି ପୁଣି ହସି ଉଠିବ 

ମୋ ମାତୃତ୍ୱ ର ସବୁଜ ଧୂସରିଆ କୋଳ ll


ସ୍ୱପ୍ନ ମୋର ସ୍ୱପ୍ନ ରେ ରହିଗଲା 

ସହର ର ଚାକଚକ୍ୟ ଭୁଲାଇଦେଲା ତତେ 

ଏ ଗ୍ରାମୀଣ ଶ୍ରୀଅକ୍ଷର ବିବର୍ଜିତl ମାଆକୁ 

ରହିଗଲୁ ନିଜ ଜୀବନର ବଳକା ସମୟକୁ ଧରି 

କାନ୍ଦି କାନ୍ଦି ଲୁହ ମୋର ଶୁଖିଗଲା 

ଗ୍ରୀଷ୍ମ ର ତତଲା ଫଟା ମାଟିରେ 

ଛୁଇଁଲାଣି ଆଜି ବାର୍ଦ୍ଧକ୍ୟ ମତେ 

ସରିଯିବ ମୋ ବେଳ ମାଟିରେ ମିଶିଯିବ

ମୋ ଗ୍ରାମୀଣ ମାଟି ଘାସ ଘେରା ଅସ୍ତିତ୍ବ 

ସହରୀ ଢାଞ୍ଚାରେ ହେବି ମୁଁ ଗଢ଼ା ll


ଆଜି ଜୀବନର ଅପରାହ୍ଣରେ ଦେଉଛି 

ହାତ ଲେଖା ଲୁହ ଭିଜା ଶେଷ ଚିଠି 

ଗ୍ରାମ କାଟି ସମ୍ବୋଧିତ କରି ବାସିନୀ ଲେଖୁଛି 

ଯେହେତୁ ହରାଇଛି ଆଜି ତୋ ପାଖେ 

ମାତୃତ୍ୱ ର ପୂର୍ବର ସେ ଅଧିକାର 

ଯେବେ ଆସିବୁ ଫେରି, ନଥିବି ଆଉ 

ଦେଖିବାକୁ ତୋର ସେ ଚଞ୍ଚଳ ଆଖି 

ଛୁଇଁବାକୁ ଆଉ ଶୁଣାଇବାକୁ ତୋତେ 

ମଧୁର ସ୍ନେହ ବୋଳା ନାନା ବାୟା ଗୀତି ll



Rate this content
Log in

Similar oriya poem from Abstract