STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ହେଉ ଆଶିର୍ବାଦ ତୋର

ହେଉ ଆଶିର୍ବାଦ ତୋର

1 min
186


ଗୁଞ୍ଜୁ ଥାଉ ନାମ ହୃଦୟରେ ମୋର

  ଭଜୁ ଥାଉ ନିରନ୍ତର,

ପ୍ରେମ ଭକ୍ତି ଶ୍ରଦ୍ଧା ରହୁ ସେ ଭକ୍ତିରେ

  ନିରାକାର ଦୟା କର।


ଗାଁଆ ମଫସଲେ ଜନମ ମୋହର

  ନାହିଁ ଜ୍ଞାନ ମୋର କିଛି,

ଶାସ୍ତ୍ର ପଢି ନାହିଁ ଜ୍ଞାନ ଅର୍ଜି ନାହିଁ

  କାହୁଁ ବା ଜାଣିବି କିଛି।


ଜାଣି ଅଛି ମାତ୍ର ତହରି ମହିମା

  ଦାରୁବ୍ରହ୍ମ ପରା ତୁହି,

ଦାରୁବ୍ରହ୍ମୁ ପରା କଳେବର ତୋର

  ଭାଇ ଓ ଭଉଣୀ ତୁହି।


ଜଗତର ନାଥ ତୁହି ଜଗନ୍ନାଥ

  ବ୍ରହ୍ମାଣ୍ଡ ଠାକୁର ତୁହି,

କାଳିଆର ନାମ ଗୁଞ୍ଜେ ବିଶ୍ବ ସାର

  ଦୟାନିଧି ପ୍ରଭୁ ତୁହି।


କାଳିଆର ନାମ ଗୁଞ୍ଜୁ ହୃଦୟରେ

  ପ୍ରେମ ଶ୍ରଦ୍ଧା ରହୁ ତହିଁ,

ଜୀବନେ ଚନ୍ଦନ ହେଉ ତୋର ନାମ

  ସତ୍ୟ ତ୍ୟାଗ ରହୁ ତହିଁ।


ପାଦ ହାତ ନାହିଁ ଦେଇଛୁ ମନୁଷ୍ୟେ

  କର୍ମରେ ନିମନ୍ତେ ତୁହି,

ମନୁଷ୍ୟର କର୍ମ ଦେଖୁ ତୁ ନୟନେ

  ଚକାନୟନରେ ତୁହି।


ଭାଇ ଓ ଭଉଣୀ ସଙ୍ଗରେ ରଖିଛୁ

  ସମ୍ପର୍କ ଡୋର କୁ ତୁହି,

ସମ୍ପର୍କର ଶିକ୍ଷା ଦେଉ ଜଗତକୁ

  ସ୍ନେହ ଶ୍ରଦ୍ଧା ପ୍ରେମ ତୁହି।


ହେଉ ତ କରୁଣା ବ୍ରହ୍ମାଣ୍ଡ ଠାକୁର

  ଆଶିର୍ବାଦ ମତେ କର,

ରାଷ୍ଟ୍ରର ନିର୍ମାଣେ ଶକ୍ତି ଦିଅ ମତେ

  କର୍ତ୍ତବ୍ୟ ପୂରଣ କର।


ସମଭାବ ରହୁ ଜନତା ସେବାରେ

  ସତ୍ୟ ବାଟେ ରହୁ ମନ,

ଗୃହର କାର୍ଯ୍ୟରେ କର୍ତ୍ତବ୍ୟ ମୋ ରହୁ

  ସବୁ ହେଉ ସମାଧାନ।


ଭକ୍ତି ରହୁ ନିତ୍ୟେ ତହରି ଚରଣେ

  ଧର୍ମ ପଥ ଦିଅ ମତେ,

ଗୁରୁଜନ ପ୍ରତି ରହୁ ସେବା ଭାବ

  ରଖହେ ନଜରେ ମତେ।


ନାହିଁ ଅଭିଳାଷ ଧନ ଓ ସମ୍ପତି

  ଅଜ୍ଞାନୀକୁ ଜ୍ଞାନ ଦିଅ,

ମନୁଷ୍ୟ କର୍ତ୍ତବ୍ୟ ପୂରଣ ମୁଁ କରେ

  କର୍ତ୍ତ୍ୟବରେ ଶକ୍ତି ଦିଅ।


ଦେଇଛ ଜନମ ଗାଆଁ ଗହଳିରେ

  ମଫସଲୀ ଅଟେ ପ୍ରଭୁ,

ଛାର ନରାଧମ କିପରି ବୁଝିବ

  ତହରି ମାୟାକୁ ପ୍ରଭୁ।


ତବବିନୁ ଗତି ନାହିଁରେ କାଳିଆ

  ଗୁଞ୍ଜୁ ହୃଦୟରେ ନାମ,

ସେହୁ ନାମ ହେଉ ପଥପ୍ରଦର୍ଶକ

  ଗାଉ ଥିବି ନିତ୍ୟେ ନାମ।


ମନୁଷ୍ୟ ଜନମ ସାର୍ଥକ ହୋଇବ

  କର୍ତ୍ତବ୍ୟ ହେବ ପୂରଣ,

ଗାଇ ଗାଇ ନାମ ଯାଉ ଏ ଜୀବନ

  ଇଚ୍ଛା ମୋ କର ପୂରଣ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract