ଦ୍ଵିତୀୟ ଅଧ୍ୟାୟ
ଦ୍ଵିତୀୟ ଅଧ୍ୟାୟ
ଜୀବନ ଲାଗୁଥିଲା ବହୁତ ସୁନ୍ଦର
ବାପା-ବୋଉର ଅନାବିଳ ସ୍ନେହ
କାକା- ଖୁଡିର ଅଯାତିତ ମୋହ
ଜେଜେ-ଜେଜେମାର ଆନ୍ତରିକ ଗେଲ
ବଡ଼ ଭାଇ-ଭଉଣୀର ଅମଳିନ
ମିଛି ମିଛିକା ବିଧା-ଗୁମୁକା ଚାପୁଡ଼ା ଠେଲ
ସବୁକୁ ମୁଠେଇ ଗୋଟେଇ ରୁଣ୍ଢେଇ
ଜୀବନ ବାସୁଥିଲା ଅତର ଅତର
ବୟସ ପାଦ ଥାପୁ ଥାପୁ ସତର ଅଠର ।
ଭାବି ନେଇ ଥିଲା
ବାତ୍ସଲ୍ୟ ସ୍ନେହରେ ଅଛି ଅମାପ ଶକ୍ତି
ଅମୂଲ୍ୟ ପ୍ରେମରେ ମିଶିଛି ଦାଢ୍ୟତା ଭକ୍ତି
ଅତୁଲ୍ୟ ଭଲ ପାଇବାରେ ଦୈଡୁଛି ଅସରନ୍ତି ଭର୍ଜାଉକ୍ତି
ବଦଳେଇ ଦେଇ ପାରେ
ମଣିଷ ମାନଙ୍କର ରୀତି ନୀତି ନିୟତି ।
ସବୁ ଆଶା ଭରଷା
କୁହୁଡିର ପତଳା ଆସ୍ତରଣ ପରି
ମିଳେଇ ଗଲା
ସମୟର ଜଞ୍ଜାଳରେ
କୁହୁଳି ଗଲା
ବାହାଘର ପରେ
ସଂସାର ନୀଡ଼ ଗଢିବା ପରେ
ନିଜର ଲୋକମାନେ
କଥା କଥାରେ
କ୍ଷତ ବିକ୍ଷତ କରିବାକୁ
ଖୁସି ଭାବିଲେ
ତ୍ୟାଗ ବଳିଦାନ
ସେବାର ରୂପ ନେଲା
ଖୁଲମ୍ ଖୁଲା ଅପମାନ
ଗାଳି ମାଡ଼ ଆତ୍ମସମ୍ମାନର
ତିଳ ତିଳ ହନନ ଦହନ ।
ନାରୀର ମନ ବଡ କୋମଳ
ସହି ଯାଏ ବିଚରୀ ଦୁର୍ବ।ଦଳ
ସକାଳୁ ଗୋଟିଏ ଡାକରେ
ସ୍ଵାମୀଙ୍କର
ଦୈଡ଼ିଯାଏ ନିଜ ଅଜାଣତରେ
ସେବା ପାଇଁ କର୍ମତତ୍ପର
କ୍ଷୀଣ ଆଶା ଦାନା ବାନ୍ଧୁଥାଏ
ବଦଳି ଯିବେ ମୋ ପ୍ରାଣନାଥ ଏଥର
ସବୁ ଠିକ୍ କରିଦେବେ ମୋ କଳାଠାକୁର
ବିସ୍ମରି ଯାଏ
ପଛକୁ ପକେଇ ଦିଏ
ଗତ ରାତିର କଷ୍ଟ ଅପମାନ
ଶରୀର ପିଡାର ଭସ୍ମ ଉପରେ
ଛିଡ଼ା ହୋଇ
ଭାବି ନିଏ ଆଗାମୀ
ସୁନେଲି ସକାଳ
ରୂପେଲି ଦାମ୍ପତ୍ୟ ଜୀବନ ଜଳଜଳ ।
ପୁରୁଷ ପୁଣି ଆଘାତ ଦିଏ
ବଡ଼ କ୍ଷତ ସୃଷ୍ଟି କରେ
ପ୍ରକୃତିଦତ୍ତ କଣ୍ଟାରେ ଫୋଡିଚାଲେ
କେଇ ଘଣ୍ଟାର ମିଛାଭିନୟ ପରେ ପରେ
ନାଟକୀୟ ତୁଣ୍ଡି ହଟିଗଲା ପରେ
ସ୍ୱାମୀ ନାମକ ମଣିଷ
ପୁନରାବୃତ୍ତି କରିଚାଲେ
ସୃଷ୍ଟିର ଆଦିମ ନୀତି ନିୟମ
ଦୁର୍ବଳ ଉପରେ ସବଳର ଅତ୍ୟାଚାର
କରି ଚାଲେ ନିର୍ଘାତ ଜୁଲୁମ ।
ନାରୀ ସର୍ବସଂହା
ଧରା ଧରଣୀ ଧରିତ୍ରୀ
ସହି ଯାଏ ସବୁ ଭାଗ୍ୟକୁ ଆଦରୀ
ଭଙ୍ଗା ଡେଣାକୁ ନେଇ ଉଡି ପାରେନା
କିଛି ଭାଗ୍ୟବତୀ ଦଳେ
ଭିଡ଼ି ଯାଆନ୍ତି ଛିଣ୍ଡେଇ ପଘାବନ୍ଧା ଜୀବନ
ନୂଆ ସ୍ଵାଧିନ ଇତିହାସ ରଚନ୍ତି
ମୁକ୍ତ ବିହଙ୍ଗ ସମ ଖୋଲା ଆକାଶରେ
ଦଉଟି କଟା ଗୁଡି ପରି ବହେ ଭଡନ୍ତି
ହସନ୍ତି କାନ୍ଦନ୍ତି କନ୍ଦାନ୍ତି
ନୂଆ ଉଦାହରଣ ବନିଯାନ୍ତି
ନୂତନ ବସା ବାନ୍ଧିନ୍ତି ଖୁସି ଖୁସି
ଦ୍ୱିତୀୟ ଅଧ୍ୟାୟ ଆରମ୍ଭନ୍ତି ହସି ହସି ।
କହିବାର ଥିଲା କି
ସମୟ ଥାଉ ଥାଉ
ବୟସ ରହୁ ରହୁ
ନିଜର ଅନ୍ତର୍ନିହିତ ଶକ୍ତି ସାମର୍ଥ୍ୟ ପରଖି ନେବାର ଅଛି
ଯଉଁଠି ନାହିଁ ସମ୍ମାନ ଖୋଲା ଜୀବନ
ଛାଡି ଦେଇ ଖୋଜ ନୂଆ ଶୂନ୍ୟସ୍ଥାନ
ନୂଆ ଠିକଣା ନୂଆ ଚ୍ୟାଲେଞ୍ଜ
ଦେଇ ପାରେ ମୁକ୍ତ ବିହଙ୍ଗର
ଭଙ୍ଗା ଡେଣାରେ ବି ଅମାପ ବିଶ୍ୱାସ
ଉଡି ଉଡି ଲଢି ଲିଢି
ଯିତି ଯିବାର ଅଦମ୍ୟ କଳା କୌଶଳ
ସାମରିକ ଆସୁରିକ ସର୍ବୋପରି
ଅଦ୍ଵିତୀୟ ଇନିଙ୍ଗସ୍ ଖେଳିବାର ଆତ୍ମବଳ ।