STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଉତ୍ସର୍ଗଫଳ

ଉତ୍ସର୍ଗଫଳ

1 min
0

କବିତା - ଉତ୍ସର୍ଗଫଳ
ରଚନା - ପଞ୍ଚାନନ ଜେନା
ତାରିଖ -୦୬-୦୬-୨୦୨୬
 ++++++++++++++++
 ସେହି ସହଜରୁ ଅସହଜ ହେଉ ହେଉ
ପଢ଼ି ପକେଇଲି ବହି ପରେ ବହି
ଶବ୍ଦ ଉପରେ ଆଖି ରହିଲେ ଲାଖି
ଭାବନାଟା ଉତୁରି ପଡ଼େ କହି କହି
ସତରେ ! ନୀରବ ଶବ୍ଦ ବ୍ୟୁପତ୍ତି ହିଁ ମୋତେ
ଶିଖେଇ ପାରିଲା ଜୀବନର ଅର୍ଥ - ଅନର୍ଥର ସାର୍ଥକ ମଣୋହୀ

 ସେହି ହେତୁରୁ ଅହେତୁକ ହେଉ ହେଉ
ଲଗେଇ ଚାଲିଲି ଗଛ ପରେ ଗଛ
ସବୁଜ ବଳୟରେ ବାନ୍ଧି ହୋଇ ଗଲି
 ସତେ ଯେମିତି ନାଗଫାସରେ ଆବଦ୍ଧ ଡାହା ମିଛ
 ସେହି ଛୋଟ ମୋଟ ଚାରା ଗଛ ସବୁ ଆଜି
ମୁଣ୍ଡ ଟେକି ସଗର୍ବେ ହେଲେଣି ବଂଶ ପାଦପ
 ଫୁଲ ଫଳରେ ଲଦି ହୋଇ
ଡାକନ୍ତି ଋତୁ ମାନଙ୍କୁ କରିବାକୁ ଅଳପ ଗଳପ
ସତରେ ! ସେହି ନୀରବ ଦ୍ରଷ୍ଟା ସ୍ରଷ୍ଟାଙ୍କ ଭିତରେ
ଲୁଚିଛି ସମୟର ଆଶା- ନିରାଶାର ପାବଚ୍ଛ

 ସେହି ଉଚ୍ଚାରିତରୁ ଅନୁଚ୍ଚାରିତ ହେଉ ହେଉ
ଆରମ୍ଭ ହୋଇଯାଏ ସୃଜନୀ ସ୍ରୋତସ୍ୱିନୀ
ସ୍ବପ୍ନମାନେ ସ୍କୃତି ହୋଇ ଓହଳି ପଡ଼ନ୍ତି
ବରଗଛ ଓହଳି ପରି ଭେଦି ଯାଆନ୍ତି ପାତାଳି ମେଦିନୀ
ସତରେ ! ସେହି ନୀରବ ଆରୋହଣ ଅବରୋହଣ ଭିତରେ
 ଦିଶୁଛି ବେଦ-ବେଦନାର ମୁଗ୍ଧ ମନ୍ତ୍ରଧ୍ୱନୀ

 ସେହି ନାସ୍ତିକରୁ - ଆସ୍ତିକ ହେଉ ହେଉ
ଅଦୃଶ୍ୟ ସତ୍ତାର ପ୍ରେମରେ ହେଲି ପ୍ରମତ୍ତ ପାଗଳ
 ଭକ୍ତି ଭାବନା ସବୁ ଶକ୍ତି ମାର୍ଜନା ହୋଇ
ଉସ୍ମ ପ୍ରସ୍ରବଣ ପରି ମୋହ ମାୟା କାମନା ବାସନା
 ଧୋଇ ଉସେଇ ନେଲା ସକଳ ଅନର୍ଗଳ
 ସତରେ ! ନୀରବ ପ୍ରାର୍ଥନା ଆରାଧନା ଭିତିରେ
ରହିଛି ମଣିଷ ଜୀବନର ଶାନ୍ତି- ପ୍ରଶାନ୍ତିର ଉତ୍ସ ଉତ୍ସର୍ଗଫଳ


Rate this content
Log in

Similar oriya poem from Inspirational