STORYMIRROR

Dr Baman Chandra Dixit

Abstract

3  

Dr Baman Chandra Dixit

Abstract

ପଳାସ ମୁଁ ଗନ୍ଧ ହୀନ

ପଳାସ ମୁଁ ଗନ୍ଧ ହୀନ

1 min
209


ଆହତ ହୃଦୟ ବ୍ୟାହତ ଭାବନା

ବ୍ୟଥିତ ଲେଖନୀ ମୁନ

କି ଗୀତ ଅବା କି କବିତା ଗାଇବି

ପଳାସ ମୁଁ ଗନ୍ଧ ହୀନ।


ଝରାଫୁଲ କେତେ ସାଉଁଟିବି ନିତି

ଡେମ୍ଫରୁ ଫୁଲର ସମ୍ପର୍କ ଏମିତି

ଆଖି ପିଛୁଳାକେ ଲେଉଟା ତରଙ୍ଗ

ତୃଷାତୁରା ବେଳା-ବାଲୁକା ଯେମିତି

ଅନ୍ଧାରି-ପକ୍ଷର ବିପକ୍ଷ ଆକାଶେ

ଖଣ୍ଡିତ ଦ୍ଵିତୀୟା ଜହ୍ନ।

ପଳାସ ମୁଁ ଗନ୍ଧ ହୀନ।।


ରଙ୍ଗ କାଗଜର ଚିତ୍ରିତ ଚେହେରା

ତହିଁପରେ ଲେଖା ଅକ୍ଷର ଗହରା

ଅର୍ଥ ବ୍ୟର୍ଥ ଅବା କଦର୍ଥ ବି କେବେ

ତଥାପି ଅନେକ ଆଦର ଆବୋରା

ଦେଖୁ ଦେଖୁ ନିଜ ଅସ୍ତିତ୍ୱ ରେ ଲେଖେ

ନିତି ନୂଆ ପ୍ରଶ୍ନ ଚିହ୍ନ।

ପଳାସ ମୁଁ ଗନ୍ଧ ହୀନ।।


କବି ବୋଲାଇବା ଏତେ କି ସହଜ

କ୍ଷୀଣ ଜ୍ଞାନ ବିଚକ୍ଷଣ ସଜବାଜ

ନିଜର ଶିରପା ନିଜ ଶିରେ ଥୋଇ

କବିତା ଆକାଶେ ସବିତାର ତେଜ

ମାଗି ଆଣିଥିବା ତିଅଣ ସୁଡ଼ୁକେ

ନିଶ ରେ ତୋରାଣି ସମ

ପଳାସ ମୁଁ ଗନ୍ଧ ହୀନ।।


ଅସଜଡ଼ା କେତେ କଥା ଲେଖନୀର

ଅଧା ଗଢ଼ା ଘର ଉଲୁରା ଛପର

ଆଜିବି କୋଣାର୍କ ଚୂଳ ଅନେଇଛି

ଖୋଜୁଛି ନିହାଣ ମୁନ ଧରମାର

ଛନ୍ଦ ତୋଳିବାକୁ ବ୍ୟାକୁଳ ପିପାଷା

ଅସରା ଏ ଅଭିଜାନ।

ପଳାସ ମୁଁ ଗନ୍ଧ ହୀନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract