ନନ୍ଦ ଘରେ ଉତ୍ସବ
ନନ୍ଦ ଘରେ ଉତ୍ସବ


ରକ୍ଷସୀ ଗର୍ଜନ ଶୁଣି ଗୋପପୁର ବାସି
ତଟସ୍ଥେ ସରବେ ନନ୍ଦ ଘରେ ହେଲେ ଆସି ।।
ଦେଖିଲେ ମରିପଡିଛି ରାକ୍ଷସୀ ପୁତନା
ତା ବକ୍ଷେ ହରଷେ ବସି ହସୁଛନ୍ତି କାହ୍ନା ।।
କିହେଲା କିହେଲା କହି ଯଶୋମତୀ ମାଏ
ଝଟପି ଝାମ୍ପି ପୁତ୍ରକୁ ଝାଡି ଝୁଡି ଦିଏ ।।
ପୂର୍ବ ଭାଗ୍ୟ ବଳେ ଆଜି ମୋହର କୁମର
ରାକ୍ଷସୀ କବଳୁ ସିନା ପାଇଲା ନିସ୍ତାର ।।
ବ୍ରାହ୍ମଣ ଜ୍ୟୋତିଷ ଡାକି ଜାତକ ବିଚାର
କରେ ନନ୍ଦ ରାଜା ପୂଜା ପ୍ରଭୁ ସତ୍ୟପୀର ।।
ସାଜସଜା ହୋଇଅଛି ସାରା ଗୋପପୁର
ଦିଶଇ ଯେହ୍ନେ ଅଳକା ଭୁବନ ଆବର ।।
ଆନନ୍ଦେ ନୃତ୍ୟ କରନ୍ତି ଗୋପେ ଗୋପାଙ୍ଗନା
ଗୋପ ବାଳକ ନୃତ୍ୟନ୍ତି ହୋଇ ଆନମନା ।।
ଏଣେ କଂସ ଦରବାରେ ଜଣାଏ ଡଗର
ପୁତନା କୁ ବଧ କଲା ବାଳୁତ କୁମର ।।
ଭ୍ରମିଗଲା ମଥା ଶୁଣି ପୁତନା ର ହତ
କହଇ ପ୍ରଫୁଲ୍ଲ କଂସ କରେ ପରାମର୍ଶ ।।
(କ୍ରମଶଃ)