କୋଟି ପ୍ରଣିପାତ
କୋଟି ପ୍ରଣିପାତ


ଶ୍ରଦ୍ଧାଞ୍ଜଳି ତାଙ୍କ ଚରଣେ ଅପାର
ଭକ୍ତି ଭାବ ରହୁ ସ୍ମତିରେ ତାଙ୍କର,
ପାଇଁ ସ୍ବାଧୀନତା ବୀରତ୍ବ ତାଙ୍କର
ଭୁଲି କି ପାରିବ ରାଷ୍ଟ୍ର ହିଁ ଆମର।
ଅଳ୍ପ ବୟସରେ ସ୍ବତନ୍ତ୍ର ସଂଗ୍ରାମୀ
ସେ ଭଗତ ସିଂହ ଥିଲାଟି ସଂଗ୍ରାମୀ,
ବିରୋଧେ ଅଂଗ୍ରେଜ ହେଲେ ସେ ସଂଗ୍ରାମୀ
ଅଳ୍ପ ବୟସର ବୀର ସେ ସଂଗ୍ରାମୀ।
ନାହିଁ ପରାଧୀନ ସ୍ବୀକାର ତାଙ୍କରେ
ଅଂଗ୍ରେଜ ମାରିଲେ ଆଗୁଆ ହୋଇରେ,
ରାଜଗୁରୁ ଥିଲେ ତାଙ୍କରି ସଙ୍ଗରେ
ଥିଲେ ସୁଖଦେବ ସ୍ବାଧୀନ ଯାତ୍ରାରେ।
ତେଇଶ ବୟସେ ଫାଶୀ ହିଁ ତାଙ୍କରେ
ଫାଶୀ ମଧ୍ୟ ହେଲା ରାଜଗୁରୁଙ୍କରେ,
ସୁଖଦେବଙ୍କର ଫାଶୀ ଭି ସଙ୍ଗରେ
ତହୁଁ ଆନ୍ଦୋଳନ ଅତି ଭୟଙ୍କରେ।<
/p>
୨୭ ଡିସେମ୍ବର ୧୯୦୭ ବର୍ଷେ
ଭଗତର ଜନ୍ମ ଭାରତର ବର୍ଷେ
ସେ ଭଗତ ସିଂହ ଅଳ୍ପ ହିଁ ବୟସେ
ରଖିଗଲେ ନାମ ସେ ଭାରତବର୍ଷେ।
ଭଗତ ସିଂହଙ୍କ ପିତାଙ୍କର ନାମ
କିଶନ ସିଂହ ହିଁ ତାଙ୍କରି ନାମ,
ଅଟେ ବିଦ୍ଦାବତୀ ମାତାଙ୍କର ନାମ
କଲାଟି ଗୌରବ ଭଗତ ସିଂ ନାମ।
ମାର୍ଚ୍ଚ ତେଇସ ହିଁ ସ୍ମରଣ ଦିବସ
ଦିଏ ଶ୍ରଦ୍ଧାଞ୍ଜଳି ଏ ଭରାତବର୍ଷ,
ଭକ୍ତି ସୁମନର ଶହୀଦ ଦିବସ
ପୂଜେ ହିଁ ଆଜି ହିଁ ଜନମାନସ ।
ଶ୍ରଦ୍ଧା ଶକ୍ତିଭାବ ଚରଣେ ହିଁ ରହୁ
ତାଙ୍କରି ପ୍ରେରଣା ଯୁବଙ୍କରେ ରହୁ,
ତ୍ୟାଗ ପ୍ରେମ ଭକ୍ତି ରାଷ୍ଟ୍ର ହୀତେ ରହୁ
ମନ ଓ ହୃଦୟ ଭକ୍ତିରେ ହିଁ ରହୁ ।