STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ବାଦାମୀ ରଙ୍ଗଟି ଅତୁଳନୀୟ

ବାଦାମୀ ରଙ୍ଗଟି ଅତୁଳନୀୟ

1 min
214


ନିର୍ଭରଶୀଳତା ଆଣେ ଜୀବନରେ

  ସୁସ୍ଥ ରଖେ ଶରୀରକୁ,

ପ୍ରକୃତିରେ ଆଣେ ପ୍ରେମ ଶ୍ରଦ୍ଧା ଭକ୍ତି

   ଜ୍ଞାନ ଶିକ୍ଷା ସମାଜକୁ।


ଧର୍ମ କର୍ମେ ମନ ରୁହେ ନିରନ୍ତର

   ରାଷ୍ଟ୍ର କର୍ଯ୍ୟେ ଦିବାରାତ୍ରୀ,

ଜନତା ସେବାରେ ବ୍ୟତିତ ଜୀବନ

   ଜୀବନରେ କରେ ନୀତି।


ବାଦାମୀ ରଙ୍ଗଟି ବଦନେ ଲାଗିଲେ

   ପାପର ହୁଏ ବିନାଶ,

ସଦବୁଦ୍ଧି ଦିଏ ହୃଦୟ କଣରେ

   କରି ଦିଏ କ୍ରଦ୍ଧ ନାଶ।


ହିଂସା ଓ କପଟ ନହୁଏ ଜୀବନେ

   ହୁଏ ତହିଁ ପ୍ରଭୁ ଭକ୍ତି,

ହୁଏ ଜନସେବା ଜୀବନର ମନ୍ତ୍ର

   ଜନତ କଲ୍ୟାଣେ ଶକ୍ତି।


ବାଦାମୀ ରଙ୍ଗର ମହତ୍ତ୍ଵ ଅପାର

  ବଦନରେ ବଳୁଥିବା,

ରାଷ୍ଟ୍ରର ନିର୍ମାଣେ ଆଗୁଆ ହୋଇଣ

  ସମଭାବ ରଖୁଥିବା।


ଦିଏ ସମଭାବ ମନ୍ତ୍ର ଜନଜନେ

  ବାଦାମୀ ରଙ୍ଗ ଅପୂର୍ବ,

ତୃଟେ ଭେଦଭାବ ବାଦାମୀ ରଙ୍ଗରେ

  ଆଣେଟି ସତ୍ୟ ପ୍ରଭାବ।


ଦିଏ ସତ୍ୟପଥ ଜୀବନ ଯାତ୍ରାରେ

  ଜଗନ୍ନାଥ ଭକ୍ତି ତହିଁ,

କରେ ବିଭୁକାର୍ଯ୍ୟ ମନୁଷ୍ୟ ଜୀବନେ

  ଧର୍ମ କାର୍ଯ୍ୟେ ମନ ଯହିଁ।


ହୋଲି ପର୍ବ ପରା ସତ୍ୟର ପାର୍ବଣ

  ବାଦାମୀ ରଙ୍ଗର ହୋଲି,

ଲେପିବା ବଦନେ ବାଦାମୀ ରଙ୍ଗକୁ

  ଖେଳିବା ଖୁସିର ହୋଲି।


ନାମ ଜଗନ୍ନାଥ ଗୁଞ୍ଜୁ ଥିବ ତହିଁ

  ରଙ୍ଗ ଲାଗୁ ଥିବ ଦେହେ,

ନିର୍ଭରଶୀଳତା ମନ୍ତ୍ର ଦେଉ ଥିବ

  ଶକ୍ତିର ସଞ୍ଚାର ଦେହେ।


ଗୃହର କାର୍ଯ୍ୟରେ ଦାୟିତ୍ୱର ଶକ୍ତି

  ଦେବ ଏ ବାଦାମୀ ରଙ୍ଗ,

ଦେବ ଭକ୍ତି ଭାବ ଗୁରୁଜନଙ୍କରେ

  ଅଟେ ଏ ଜ୍ଞାନର ରଙ୍ଗ।


ମନ୍ତ୍ର ସମଭାବ ଆଣିବ ଗୃହରେ

  ଦୂର ହେବ ଭେଦଭାବ,

ହେବ ଲକ୍ଷ୍ମୀପୂର୍ଣ୍ଣ ଗୃହଟି ତାହାର

  ଦେବ ପ୍ରେମ ଶ୍ରଦ୍ଧା ଭାବ।


ବ୍ରହ୍ମଣ୍ଡ ଠାକୁର ପ୍ରଭୁ ଜଗନ୍ନାଥ

  ବାଦାମୀ ରଙ୍ଗର ପ୍ରୀୟ,

ବଦନେ ଲାଗିଲେ ବାଦାମୀ ରଙ୍ଗଟି

  ହେବ ସବୁ କ୍ଷେତ୍ରେ ଜୟ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract