STORYMIRROR

Sushma Manjari Dash

Abstract

3  

Sushma Manjari Dash

Abstract

ଦୀପାବଳି

ଦୀପାବଳି

1 min
210

କାର୍ତ୍ତିକ ମାସର ଅମାବାସ୍ୟା ତିଥି ନାମ ଅଟେ ଦୀପାବଳି 

ଆଲୋକର ପର୍ବେ ପ୍ରଦୀପ ଜଳାଇ ଆନନ୍ଦିତ ପୁରପଲ୍ଲୀ ।।

ମହାକାଳୀ ମହାଲକ୍ଷ୍ମୀ ସରସ୍ବତୀ ତ୍ରିଦେବୀ ହୋନ୍ତି ପୂଜିତା

ତାଙ୍କ ଠାରୁ ପାଇ ଶୁଭ ଆଶୀର୍ବାଦ ନର ହୁଏ ଜଗଜ୍ଜିତା ।।

ପିତୃପୁରୁଷଙ୍କୁ ପିଣ୍ଡଦାନ ଦ୍ୟନ୍ତି ଧାନ ଆଖୁ ବାଲୁଙ୍ଗାରେେ

ଘିଅକନା ବାନ୍ଧି କାଉଁରିଆ କାଠି ଜଳାନ୍ତି ଅତି ଯତ୍ନରେ ।।

ଦୀପାବଳି ପର୍ବେ ଲୁଚି ରହିଅଛି ପୌରାଣିକ ଉପାଖ୍ୟାନ

ରାବଣ ସଂହାରୀ ସୀତାଙ୍କୁ ଉଦ୍ଧାରୀ ଫେରିଲେ ନିଜଭୂବନ।।

ପୌରାଣିକ ମତ ରହିଅଛି କେତେ ଧର୍ମୀୟ ବିଶ୍ୱାସ ସାଥେ

ବୈଜ୍ଞାନିକ ମତ ଅନୁସାରେ ଏହା କୃଷି ସମ୍ପର୍କିତ ଅଟେ ।।

କୃଷିକ୍ଷେତ୍ରେ ଫୁଲଫଳ ହାଟେବାଟେ ରୋଗ ପୋକ ନିିିୟନ୍ତ୍ରଣ

ଦୀପତେଳ ଆଉ ଘିଅର ଧୁୁଆଁରେ ପରିିିବେଶ ଶୁଦ୍ଧ ଜାଣ ।।

ରଙ୍ଗୀନ ଆଲୋକେ ରଙ୍ଗାଇ ଦିଏ ସେ ପୁରପଲ୍ଲୀ ବାସସ୍ଥାନ 

ଆତସବାଜିରେ ପ୍ରକମ୍ପିିତ ଧରା ଆନନ୍ଦିତ ସର୍ବ ଜନ ।।

କରୋନା ରାକ୍ଷସ ଚଳିତ ବର୍ଷରେ ଶତୃ ସାଜି ଛିଡ଼ା ହେଲା

କଟକଣା ହେଲା ପରବ ପାଳିବା ଖୁସି ଫିକା ପଡ଼ିଗଲା ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sushma Manjari Dash

ଗଛ

ଗଛ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

Similar oriya poem from Abstract