Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Parida

Abstract

4.0  

Lopamudra Parida

Abstract

ମାଟି ଘର

ମାଟି ଘର

1 min
273



ତୋ ଗର୍ଭ ଗହ୍ବରରେ

ତୋର ସବୁ ଅନୁଭବ ,ଭାବ,ଭାଷା

ଶ୍ବାସ, ଖାଦ୍ୟ, ଅଶ୍ରୁ, ଭାଗିଦାର

ମୁଁ ।

ତୋ ଠି ପ୍ରଥମ ପଦପାତ ପରେ

ତୋ କଷ୍ଟ ,ତ୍ଯାଗ, ସ୍ନେହ, ପାଳନ,

ଦାନ,ପୂଣ୍ୟ ର ମୂକସାକ୍ଷୀ

ମୁଁ ।

ତୋ କୋଳରେ ବଢିବାରେ

ତୋ ଶିକ୍ଷା,ଶାଳିନତା, ସଂସ୍କୃତି

ସଂସ୍କାର, ସମ୍ମାନ ର ଅଂଶୀଦାର

ମୁଁ ।

ତୋ ପ୍ରତି ଛବି, ପ୍ରତି ଲିପି

ମୁଁ ।

ତେବେ ଆଜି ମୃତ୍ୟୁ ପଥରେ

କାହିଁ ଏକା ଛାଡିଗଲୁ ତୁ ?

ଏଥର କି ତୋର ସାଥି ନଥିଲି

ମୁଁ ?

ଏକା ଏକା ପଥେ ମୋର

ନିୟନ୍ ଲାଇଟ୍ ର ଖମ୍ବ ତଳେ

କୃଷ୍ଣ ଚୂଡାର ଥୁଣ୍ଟା ଛାଇରେ

ରାଜରାସ୍ତା ପରେ

ଭଙ୍ଗା କାଠ ବେଞ୍ଚ୍ ପରି

ଥମିଯାଇଛି ଜୀବନ ର ଗତି

ତୁ ଗଲା ପରେ

ହଜିସାରିଛି ଖୁସିର ମୋତି ।

ଏ ମଗୁଶୀର ରେ କୋଉଠି ଛାଟିବି କହ

ଲକ୍ଷ୍ମୀ ପାଦ ଆଉ ଧାନ ଝୋଟି !


Rate this content
Log in

Similar oriya poem from Abstract