STORYMIRROR

Lopamudra Parida

Action Inspirational Thriller

4  

Lopamudra Parida

Action Inspirational Thriller

ଚିତ୍ର ଅଙ୍କା

ଚିତ୍ର ଅଙ୍କା

1 min
367


ମଙ୍ଗ ତୋଳିଧରି ......

ନାଆ ନଈରେ ବହୁଥାଏ

ନଈ ତାକୁ ନିଜ ଭିତରକୁ ନେଇଯାଏ

ଭସେଇ ଭସେଇ


ଦେଖାଏ 

ତା'ପାଣିର ଗହୀର ନୀଳପଣ ତ କୋଉଠି ପଙ୍କ ଭିତରେ ରୂପା ରଙ୍ଗର ମିରିକାଳି,

କୋଉଠି ଭଉଁରୀ

କୋଉଠି ସୋରାସୋରା ବାଲିରେ ମୁକ୍ତାର ଭ୍ରମ

କୋଉଠି ଚକ୍ର ପରି ବୁଲୁଥାଏ ଗଣ୍ଡର ଖାଇ

ତ କୋଉଠି ପଠା ଉପରେ ମୁହଁ ମାଡି ଶୋଇଥାଏ ନଈ

ଗୋଇଠି ଘସା ତୁଠ ପଥରରେ

ଅଳତାର ଲହରୁଥିବା ଶେଷ ଗାର

କି ନାଉରିଆ ଚୂଲିର ହାଣ୍ଡି କଳା,

ପ୍ରେମିକାର ସ୍ବପ୍ନହଜା ପଟେ ଓଦାପଣତ

ତା ଛାତି ସାରା ଦର ଆଉଜା ଆକାଶର ଛବି

ପଟେ ପଟେ ଭଙ୍ଗା କାଚ

ଗେଣ୍ଢା ପିଠିରେ ବୋଇତ ଆଙ୍କୁଥିବା ଅନୂଢାର

ଲମ୍ବବେଣୀର ଝରା ଶେଫାଳି,

ଜହ୍ନର ମୁହଁଦେଖା ଫି' ରାତି

ରାତି ପାହିଲେ ପହଁରୁଥିବା ଚକ୍ ଚକ୍

ଅଂଶୁରେଖା ......... ‌


ନଈ ଯାକ ଗପ ଯେ ଗପ

କୂଳଠୁ ମୁହାଣ ଯାଏ ଢଳା ।।


ନାଆ କହେ," ଆଉ କଣ ସବୁ ରଖିଛୁ

ତୁ ନଈ ? ଦେଖା ।" 

ହସିଦିଏ ନଈ

କହେ," ଅଛି ତ ଅନେକ କିଛି 

ଦେଖୁନୁ ! ତୁ ନିଜେ ଅଛୁ କୋଉଠି।" 


ନାଆ ଦେହ ସାରା

ନଈର ପସରା

ନାଆ ଖୋଜେ 

ନଈକୁ ପଚାରେ ," କହ ନଈ

ସିନେରୀର ସେଇ ବିସ୍ତୃତ ପଟରେ

ଅଦୃଶ୍ୟ ସମ

ବିନ୍ଦୁ ଟି କି ମୁଁ ?

ଆଃ ........... ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action