ବେଳାଭୂମିରେ ତୁମେ
ବେଳାଭୂମିରେ ତୁମେ
ବେଳାଭୂମିରେ ତୁମେ ଲାଗ ହାତମୁଠାରୁ ଝରି ପଡୁଥିବା ଝରଝର
ଲୁଣିବାଲି ପରି
ନା ଧରିହୁଏ ନା ରଖିହୁଏ
ହେଲେ କୂଳ ସାରା ତ ତୁମେ ହିଁ ତୁମେ
ତୁମେ କୁହ ," ଧରିବା ଲୋଡା କଣ ମୋତେ,
ମୋ ସହ ବ୍ୟାପ୍ତ ହେଇ ଦେଖ
ସେଇଥିରେ ପ୍ରାପ୍ତି ପ୍ରଶାନ୍ତିର। ଦେଖୁନ କେମିତି ଭେଟିବାକୁ ମତେ ସହସ୍ର ଥର ଆକର୍ଷି ହେଇ ଆସୁଥାଏ ଲହଡ଼ି !
ବୁଣିଦେଇ ସିପ,ସାମୁକାର ବୈଭବ
ଖୁସି ହୁଏ ନୀଳ ଶାଢୀ ବେଢି !
ମୁଁ କହେ," ସମୟ ପରି ତୁମେ ସିନା ଖସି ଯାଇପାର
ହେଲେ ଏଇ ଦେଖ
ମୋ ହାତ ସାରା ବୋଳି ହେଇ ରହିଛି
ତୁମ ଓଦାପଣର ମଧୁ
ଏଇ ତ ପ୍ରେମ,
ଏଇ ଯେ ଆକର୍ଷଣ
ନା କଣ କହୁଛ
ଯେମିତି ସାଗର ଛାତିରେ
ବର୍ଷୁଥିବା ମେଘ !
