STORYMIRROR

Akshaya Dash

Action Inspirational Children

4  

Akshaya Dash

Action Inspirational Children

ବାଜିଆ

ବାଜିଆ

1 min
16


ବରଷା ଦିନ ବ୍ରାହ୍ମଣୀ ନଈ

ନଅନୁଆଣୀ ଯାଉଛି ବହୀ

ବାର ବରଷ ବାଜିଆ,

ଡଙ୍ଗାରେ ନଈ କରଇ ପାରୀ

ପିଲାହେଲେ ସାହାସିଆ।

ଫିରିଂଙ୍ଗ ସେନା ପୋଲିସ ଦଳ

ପାରୀହେବାକୁ ନଦୀର ଜଳ

 ନାବ ଆଣ ନାଉରୀଆ,

ଆରପାରିରୁ ଜବାବ ଦେଲା 

ଫେରି ଯାଆ ବିଦେଶିଆ।

ଛନ୍ଦ କପଟ ଦେଖାଇ ବଳ

ଆମ ରାଇଜ ଦଖଲ କଳ

ଆମେ ହେଲୁ ପରାଧୀନ,

ନଈ ପହଁରି ଆସିଲେ ଆସ

ମୁଁ ନୁହେଁ ତୁମ ଅଧୀନ।

ପାରୀ ହେବାକୁ ଘୁରିଲା ମଥା 

ସହି ନପାରି ବାଜିଆ କଥା 

ବନ୍ଧୁକ ଗୁଳି ବାଜିଲା,

ବାଜିଆ ସେଠି ପଡ଼ିଲା ଟଳି

ସହିଦ ପିଲା ସାଜିଲା।

ଇତିହାସରେ ବାଜି ରାଉତ

ଶିଶୁ ସଂଗ୍ରାମୀ ଦେଶ ଭାରତ

ଜଶ ଗୌରବ ରଚିଲା,

ଆମରି ପାଇଁ ଜୀବନ ଦେଲା

ତାଗୁଣ ଦେଶ ଭଜିଲା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action