STORYMIRROR

Akshaya Dash

Classics Others Children

4  

Akshaya Dash

Classics Others Children

ଶିଶୁ ଉଦ୍ୟାନ

ଶିଶୁ ଉଦ୍ୟାନ

1 min
17

ଚାଲରେ ମନ ପାଇଁ ଉଚ୍ଛନ

ଶିଶୁ ଉଦ୍ୟାନ ବୁଲି,

ମଳୟ ମନ୍ଦ ପ୍ରକୃତି ଗନ୍ଧ 

ଆଙ୍କିବା ଧରି ତୂଳୀ।

ବଉଳ କଢି ଉପରେ ଚଢ଼ି 

ଘୁରି ବୁଲିବା ଧାଇଁ,

ସବୁଜ ଘାସ ପଡିଆ ପାସ 

ବିରାଗ ମନ ନାହଁ।

ଆଲୋକ ମାଳ ରାତି ଉଜ୍ଜଳ 

ନିରୋଳା ମନ ଧୀର,

ପାଦପ ପତର ସତେ ଅତର 

ବସନ୍ତ ରାଜ ଚିର।

ବରଷା ଖରା ଶୀତ ପସରା 

ବଉଳ ଫୁଳ ଫୁଟେ,

ପାଚିଲା ଫଳ ପକ୍ଷୀଙ୍କ ଦଳ 

ମହକ ମଧୁ ଛୁଟେ।

ମାଳତୀ ଲତା ପରିକା ଛତା 

ଦେବଦାରୁର କୁଞ୍ଜ,

କୃଷ୍ଣ ଚୁଡ଼ା କନିଅର ମନ୍ଦାର 

ବାଡକୁ ମାଡେ ଗୁଞ୍ଜ।

ରହିଛି ଦୋଳି ଭଳିକି ଭଳି 

ସୀଢିରେ ଗଲେ ଚଢ଼ି,

ଚରିକି ଖେଳ ଉପର ତଳ 

ଖସିବା ଗଡିଗଡି।

ପଡ଼ିଛି ବାଲି ଡେଇଁବା ବୋଲି 

ଅଳିଆ ଏଠି ସେଠି,

ଫିଙ୍ଗିବା ନାହିଁ ପକାଅ ଯାଇଁ 

ଇଗଲ ପକ୍ଷୀ ପେଟି।

ଦାରୁଏ ବଟ ସିମେଣ୍ଟ ଖଟ 

ଉପରେ ଯିବା ବସି,

ସୁଲୁସୁଲିଆ ବିଞ୍ଚଣା ବାଆ 

ନିଦ ଆସଇ ଖସି।

ପରଜାପତି ଉଡ଼ଇ କତି 

 କାକଳି କେତେ ପକ୍ଷୀ,

 ଗୁଣ୍ଡୁଚି ମୂଷା ଡାଇରେ ବଶା 

ଫୁଲର ମଧୁ ମକ୍ଷୀ।

 ଶିଶୁ ଉଦ୍ୟାନ ମାତ୍ରକୁ ନାମ 

ଛୁଆରୁ ବୃଦ୍ଧ ଲୋକ,

ସକାଳ ଠାରୁ ରାତିକ ଭିଡ଼ 

ବ୍ୟାୟାମ ବଡ ଭୋକ।

ଶିଶୁର ହସ ନିମିତ୍ତ ଦାସ 

କଳ୍ପତରୁଙ୍କ ଯଶ,

 ପଡ଼ନ୍ତି ମନେ ବୁଲିଲେ ଜନେ 

ଉଦ୍ୟାନରେ ପ୍ରବେଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics