STORYMIRROR

Akshaya Dash

Action Classics Inspirational

4  

Akshaya Dash

Action Classics Inspirational

ତଥାପି ମୋ ଗାଁ ହସୁଛି

ତଥାପି ମୋ ଗାଁ ହସୁଛି

1 min
19

ଅନାଦି କାଳରୁ 

ବାଳୁତ ବେଳରୁ 

ତାକୁ ଦେଖି କରି ଆସୁଛି,

ଠାକୁରାଣୀ ପରି

ସୁଖେ ଦୁଃଖେ ଧରି 

କୋଳରେ ସାଇତି ଆଣିଛି ।

ନଦୀ ପଠା ଆର 

ଶ୍ୟାମଳ କେଦାର 

ତଟିନୀ ବାଲୁକା ରାଶିରେ,

ଉପରେ ଚାନ୍ଦିନୀ 

ସାଙ୍ଗସାଥି ଘେନି 

କଟେଇଛି ବାରମାସରେ।

ବାଲିଆ ,ଇଲିସି 

ଧରିଛି କରାସି 

ଡଙ୍ଗାରେ ମାରିଛି କାତକୁ,

ଆସେ ନଦୀ ବଢ଼ି 

ମାଡେ ଖେତ ବାଡ଼ି 

ଉରୁବରା ରଖେ ଖେତକୁ।

ସବୁଜ ବହଳ 

ପାଦପ ବହୁଳ 

ଆମ୍ବ ତୋଟା ଧାନ କ୍ଷେତରେ,

ସୀତକୁ ଗ୍ରୀଷମ 

ବରଷା ବିଷମ 

ପରି ଶୋଭା ନୀଳ ନେତରେ।

ଭାଇ ଦାଦା ଖୁଡି 

ହେଲେ ବୁଢା ବୁଢ଼ୀ 

ପରିବାର ସାଇ ଭାଇରେ 

ଭଲ ମନ୍ଦ ଧରି 

ଆପଣାର ପରି 

ସଂଖାଳନ୍ତି ଆସି ଜାଇଁରେ।

ଝିଅ ପର ଘର 

ଅତିଥି ସତ୍କାର 

ଗାଁ ଗୋଟାକର ଲୋକଙ୍କୁ,

ବୁଝନ୍ତି ଖବର 

ପକାନ୍ତି ପତର 

ଭାଇଚାରା ସହଯୋଗକୁ।

ବାଡ଼ି ବାଇଗଣ 

ପୋଇ ଶାଗ ତୁଣ 

ଦେବା ନେବା ପ୍ରିୟ ପ୍ରୀତିରେ,

ଶଗଡ଼ ବଳଦ 

ଆଗକୁ ମରଦ 

ଭୁଆସୁଣୀ ସଞ୍ଜବତୀରେ।

ଯୁବକ ଯୁବତୀ 

ପରିଶ୍ରମ ମତି 

ଦେଖା ରଖା ଘରବାଡ଼ିକୁ,

ଅମାନିଆ ପରି 

ହୁଅନ୍ତିନି ଧରି 

ବାପା ମାଆ କଥା ଛାଡ଼ିରେ।

ଗ୍ରାମ ଦେବୀ ପୀଠ 

ସନ୍ଧ୍ୟାକୁ ପଇଠ 

ସଂକ୍ରିତନ ମହା ନାମରେ,

କୁଆ ଡାକ ବେଳେ 

ଗୋବର ଜଳରେ 

ମାଇପେ ମାର୍ଜନା କାମରେ।

ଫଳ ମୂଳ ଭରା 

ପିଠାରେ ପସରା 

ମାଆ ଅନ୍ନପୂର୍ଣ୍ଣା ପୂଜାକୁ,

ଶରତ ସମ୍ଭାର 

ଭାବରେ ବେଭାର 

ଅରଚନା ଦଶଭୁଜାଙ୍କୁ।

 ମଉଛବ ମେଳା 

ଉମଙ୍ଗର ବେଳା 

ପିଲା,ଛୁଆ,ବୁଦ୍ଧ, ରମଣୀ,

ଏକାଠି ଭୋଜନ 

କପଟ ବିହୀନ 

ଅତିଥି ସତ୍କାର ଘରଣୀ।

ରାଜ ନିତୀ ଖେଳ 

ଶଙ୍ଖ ପଦ୍ମ ଦଳ 

ଛକାପଂଝା ଭୋଟ ଝାମିଲା ,

ଅଳିଆକୁ ଝାଡି 

ଆଗକୁ ସଜାଡି 

ପାଣି ଗାର ପରି ଲିଭିଲା।

ବିଦ୍ୟାଳୟ ଘର 

ବାଟ ଘାଟ ଧର 

ସରକାରୀ ବାଟ ମାରଣ,

ସଜାଗ ଯୁବକ 

ଗ୍ରାମ ବାସୀ ଯାଙ୍କ 

ଦୃନିତୀ ସବୁରି ବାରଣ।

ଆବାସ ଯୋଜନା 

ଗରିବଙ୍କ ଦାନା 

ପଞ୍ଚାୟତ ହୁଏ ପରଖ,

 ବାସନା ଗ୍ରାମର 

ମହକେ ସହର

ଅର୍ଣ୍ଣ ଦାତା ଗ୍ରାମ କୃଷକ ।

ଯେତେ କାରଖାନା

ଗଢିଲେବି ଅନା 

ସୁନା ଧାନ କ୍ଷେତ ତଳକୁ,

ମୋଗାଁଆ ପରିବା 

ସହରେ ଭରିବା 

ଆମ ଚାଷୀଭାଇ ଦଳକୁ।

ହାଟ ବାଟ ମଦ 

ଓଟ ଦିଶେ ଗଧ 

ସହରର ରୋଗ ପଶୁଛି ,

ପରିବେଶ ଧ୍ୟାନ 

ଯାନ କି ବାହନ 

ତଥାପି ମୋ ଗାଁଆ ହସୁଛି ।

ପୂରୁବ ପୁରୁଷ 

ଆସିଶ ପରସ 

ମଙ୍ଗଳ ଦିବସ ନିଶାରେ 

ବାର ମାସ ତେର 

ପରବର ଚେର 

ଲମ୍ବିଅଛି ଦଶ ଦିଶାରେ ।

କାର୍ତ୍ତିକ ସପତା 

ହରିବଂଶ ଗୀତା 

ଭାଗବତ ଟୁଙ୍ଗି ପଠନ,

ପରମ୍ପରା ଚାର

ଆଚାର ବିଚାର 

ଆପ୍ତଙ୍କ ବଚନ ଗମନ।

ହିମାଳୟ ପରି 

ଗାଙ୍ଗେୟ ଧରି 

ସରଗ ସମାନ ଗାଁ ଭୂଇଁ 

ଗ୍ରାମର ଉନ୍ନତି 

ଦେଶର ପ୍ରଗତି 

କହି କି ହେବ,ଚେଇଁ ସୋଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action