STORYMIRROR

Chittaranjan Nanda

Action Others Children

3  

Chittaranjan Nanda

Action Others Children

ପୁନରାବୃତି ହୁଏ ଇତିହାସର

ପୁନରାବୃତି ହୁଏ ଇତିହାସର

1 min
113


ମୁଁ ଇତିହାସ, ମୁଁ ଦେଖିଛି,

ରାମାୟଣେ, ଅତି ଗରବେ ରାବଣର 

ସୁନା ଲଂକା ଧ୍ୱଂସ

ମହାଭାରତେ, ଅତି ଦର୍ପେ ଦୁଃର୍ଯ୍ୟୋଧନ 

କୁରୁବଂଶର ପାଉଁଶ |୧|


ମୁଁ ଇତିହାସ, ମୁଁ ଦେଖିଛି, 

ବିଶ୍ୱବିଜୟୀ ଆଲେକଜାଣ୍ଡାର ରାଜୁତି,

 ଭସ୍ମ ଶେଷ ହେବାର

ମହାଯୋଦ୍ଧା ନେପୋଲିୟନର ଓ୍ୱାଟରଲୁ

ରେ ଅବସ୍ଥା ଭୋଗର |୨|


ମୁଁ ଇତିହାସ, ମୁଁ ଦେଖିଛି, 

ପିଢି ପରେ ପିଢି, ମୋ ବକ୍ଷରେ ସମାଜ 

ଜଳି ପାଉଁଶ ହୋଇଯିବାର,

ବର୍ଷ ବର୍ଷର କ୍ରୋଧ, କାମନା ଓ କାର୍ପଣ୍ୟତା 

ଜଳି ପୋଡି ଭସ୍ମ ହେବାର |୩|


ମୁଁ ଇତିହାସ, ମୁଁ ଦେଖିଛି,

ହିଟଲର ମୁସୋଲିନିର ନାଜିବାଦ ଫାସୀବାଦ

ର ସେଇ କରୁଣ ପତନ

ସୂର୍ଯ୍ୟଂକର ଅସ୍ତ ନହୋଇଥିବା ସାମ୍ରାଜ୍ୟବାଦ

ର ବିଶ୍ୱରେ ଶେଷ ଲୁଣ୍ଠନ |୪|


ମୁଁ ଇତିହାସ, ମୁଁ ଦେଖିଛି,

ମୋହ ମାୟା ଆଉ ମମତା ତିଳ ତିଳ ହୋଇ

ଚିତା ହବନର

ମୁହୂର୍ତ୍ତର ଅସରନ୍ତି ଆଶା ପାଣି ଫୋଟକା ପରି 

ମିଳେଇ ଯିବାର |୫|


ମୁଁ ଇତିହାସ, ମୁଁ ଦେଖିଛି,

ସାଧନାର ନାମେ କରିଥିବା ଅନ୍ତିମ ସୋପାନ,

ତନ୍ତ୍ରକ୍ରିୟାର

ଜୀବ ଯିବା ପରେ ବାପୁଂକ ପରି ସାବାସିକୃତ୍ୟ 

ପାଇବାର |୬|


ମୁଁ ଇତିହାସ, ମୁଁ ଦେଖିଛି,

ଆଉ ଯେତେ ସବୁ ମିଥ୍ୟା, ସତ୍ୟ ଏକା 'ରାମ୍ 

ନାମ' ଏହି ଜୀବନରେ

ଯାହା ଦିଶେ ନୟନରେ, ଫଳ ସବୁ ଫଳିଥାଏ, 

ନିଜ କର୍ମ ଅନୁସାରେ |୭|


ମୁଁ ଇତିହାସ, ମୁଁ ଦେଖିଛି,

ଲିଭିବା ପୂର୍ବରୁ ଅଧିକ ଜଳେ, ତେଲ ସରିଗଲେ 

ଦୀପ ଲିଭିଯାଏ 

ଏଇତ ସୃଷ୍ଟିର ନିୟମ, ସୁପଥକୁ ଆଦରିଲେ, ମନେ

କେତେ ତୃପ୍ତି ଭରିଦିଏ |୮|


ମୁଁ ଇତିହାସ, ମୁଁ ଦେଖିଛି,

ସ୍ବାର୍ଥ ଚିନ୍ତା କରି, ଲୋକଂକ ଧନକୁ ବଡ ଧନୀ 

ନିଜ ପାଖେ ଥୋଇ

ସେଇ ଅର୍ଥକୁ ଅନ୍ୟ ଦେଶରେ ଲଗାଇ ଦେଶରୁ 

ଯାଆନ୍ତି ଦୂରେଇ |୯|


ମୁଁ ଇତିହାସ, ମୁଁ ଦେଖିଛି,

ପରିବାର ବୁଡିବା ପୂର୍ବରୁ ଘୋଡା ମୁହାଁ ପୁଅ ପରା 

ଜନମ ତ ନିଏ

ବାପ ଅରଜିଥିବା ସମ୍ପତ୍ତିକୁ ବିକି ଭାଂଗି ଆରାମ

ରେ ମାଂସ ଭାତ ଖାଏ |୧୦|


ମୁଁ ଇତିହାସ, ମୁଁ ଦେଖିଛି,

ସହିଷ୍ଣୁତା ବହୁ ବଳ ଯୋଗାଏ ଜୀବନରେ ଥିବା 

ଝଡ଼-ଝଞ୍ଝା ସମସ୍ୟାର

ଭୁଲକୁ ଅଣଦେଖା ମଣିଷ କଲେ, ସଂଶୋଧିତ 

ହୁଏନା କେଉଁ ସମସ୍ୟାର |୧୧|


ମୁଁ ଇତିହାସ, ମୁଁ ଦେଖିଛି,

ଭୁଲ କରି ଯିଏ ତା'ର ସଂଶୋଧନେ, କାୟବାକ୍ୟ

ରେ ମନୋନିବେଶ କରଇ

ସେହି ଭୁଲରୁ ତାହାକୁ ତ ଠିକ୍ ସତ୍ୟର ମାର୍ଗ ପରା 

ତା'କୁ ମିଳି ଥାଇ |୧୨|


ମୁଁ ଇତିହାସ, ମୁଁ ଦେଖିଛି,

ଶିଖନ୍ତି ବାଳକ, ଯୁବକ ଅବା ବୃଦ୍ଧ ଜୀବନର ଅନୁଭବ

ରୁ ନିଜ ନିଜର 

ଶୁଣିଛି, ଶୁଣିଥିଲି ନଚେତ ପୁନଃ ଆବୃତି ହୁଏ ଧରାରେ

ପୁରୁଣା ଇତିହାସର |୧୩|



Rate this content
Log in

Similar oriya poem from Action