STORYMIRROR

Anjana Naik,Anju..Deogarh

Action Classics Inspirational

3  

Anjana Naik,Anju..Deogarh

Action Classics Inspirational

ଭାଷା ଶଦ୍ଦ

ଭାଷା ଶଦ୍ଦ

1 min
217


ମୋ ଦ୍ବାରା ଗୁନ୍ଥା ହୋଇ ସବୁ ଶବ୍ଦ 

ଯେତେବେଳେ ଭାଷାରେ ପରିପ୍ରକାଶ ପାଆନ୍ତି 

କେବେ ମନର ଅଶୁମାରି ଭାବନା 

କେବେ ନୂଆଁ ଦୁନିଆଁରେ ଜିଇଁବାର ଇଚ୍ଛା 

କେବେ ଅତୀତର ସ୍ମୃତି ମନ୍ଥନ 

କେବେ ଦୂର ଜଙ୍ଗଲରୁ ବଇଁଶୀର ମଧୁର ମୂର୍ଚ୍ଛନା 

କେବେ ଆଖିର ଅକୁହା ଭାଷା 

ଠିକ୍ ସମୟରେ ଏଠାରେ ସୂଚିତ ହୋଇଥାନ୍ତି ।।


ଲେଖିବାର ଇଚ୍ଛା ଥାଇ 

ଯେବେ ଗଚ୍ଛିତ ରଖିଥିବା ଶବ୍ଦ ଗୁଡ଼ିକ 

ହୃଦୟରୁ-କଲମ ପର୍ଯ୍ୟନ୍ତ ଟଣା ବାଟରେ 

ଅବେଳରେ ବାଟବଣା ହୁଅନ୍ତି 

ମନର ଅଜାଣତରେ 

ତେବେ ମୁଁ ମୋର ପ୍ରତିଟି ସ୍ପନ୍ଦନ ଶୁଣେ

ମନ ଭିତରେ ବନ୍ଦିଥିବା,

ଅପ୍ରେମର ଭିନ୍ନ ମଣିଷଟି 

ଆଖିର ଠାଣିରେ 

ଯେବେ ବାହାଷ୍ଫୋଟ ମାରେ

ପ୍ରେମରେ ବତୁରି ଯାଇ ମୁଁ ଡରିଯାଏ ।।


ଗଭୀର ଛଳଛଳ ଆଖିରେ 

ଅମାର ଅମାର ପ୍ରେମର ପାଥେୟ ଭରି

ଭାବିଥିଲି ରଚନା କରିଦେବି 

ସ୍ମୃତିର ସହରର ଚିତ୍ର , 

କାହା ସ୍ପର୍ଶର ମୃଦୁ ଶିହରଣ ଜନିତ  

କୁହରଣର ମାଦକତା 

ଲେଖିବି ପ୍ରେମର ନୂତନ ପରିଭାଷା ।।


କାହିଁ ହଜିଗଲା ମୋ ନଡ଼ିଆ ଖପରି 

ଭଙ୍ଗା ଚୁଡ଼ି ଆଉ କଉଡ଼ିର ଖେଳ 

ବୟସର ଦି ପ୍ରହରଟା ଦାଉ ଦାଉ ଜଳୁଛି 

ଚ଼ିହ୍ନା ବାଟରେ ଅବାଧଗତିରେ ଚାଲିବା 

ଏବେ ସହଜ ହେଉନି

ଚ଼ିହ୍ନା ମଣିଷ ଗୁଡ଼ାକ ଅଚି଼ହ୍ନା ଲାଗୁଛନ୍ତି 

ବେଳ ଅବେଳରେ ମନ କଥା ବୁଝିବା

ବାହାନାରେ ନିଜ ସ୍ବାର୍ଥ ହିଁ ଚିନ୍ତା କରୁଛନ୍ତି ।।


ଆଜି ଭିନ୍ନ ଲାଗେ ପ୍ରେମର ସ୍ୱର 

ହିଂସ୍ର ଲାଗେ ରାତ୍ରୀର ଅନ୍ଧାର 

କେତେବେଳେ ବଦଳି ଯିବ ମନର ଆଶା 

କଳଙ୍କିତ ହୋଇଯିବ ରାତିର ସବୁ ସ୍ବପ୍ନ 

ଭାଷା ନଥିବ ଲେଖିବା ପାଇଁ 

ମନର ଗୋପନ ଦରଜକୁ 

ପରିପ୍ରକାଶ କରିବା ପାଇଁ ଲେଖନୀକୁ ।

କେବଳ ବାସି ମନର ଅଶୁମାରି ଆଶା ଗୁଡ଼ିକ 

ବିଞ୍ଚି ହୋଇ ପଡ଼ିଥିବେ କାହା ଅଗଣାରେ 

କ୍ଷତ ବିକ୍ଷତ ଡେଣା ବିହିନ ପକ୍ଷୀ ପରି 

ସବୁ ଶବ୍ଦ ହଜିଯିବେ ଘନ ଅନ୍ଧକାରେ

।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action