ସମୟର ସୁଅ
ସମୟର ସୁଅ
ଗୋଟେ ବିହଙ୍ଗ କହିଥିଲା
ଏଇ ଆକାଶ ତଳେ
ସମ୍ପର୍କକୁ ବଞ୍ଚାଇ ରଖିବାକୁ ହେଲେ
ନିଶ୍ଚିତ ଥରେ ମଥା ନୁଆଁଇ ଦେଖ
ମାନ ଅଭିମାନ ଦୂରେଇଯିଵ ।।
ମୁଁ କହିଲି
ଏତେ ବି ମୁଣ୍ଡ ନୁଆଁଇବା ନି
କି ଅନ୍ୟର ଅଧୀନରେ ରହିବାକୁ ପଡ଼ିବ ।।
ପୁଣି ସେ କହିଲା..
ଆଖିକୁ ଥରେ ଭିଜେଇ ଦେଖ
ପଥର ହୃଦୟ ବି ତରଳି ଯିବ ।।
ମୁଁ କହିଲି ଏମିତି ବାହାନା କରି
ଅନ୍ୟର ହୃଦୟ ଜିତିବାର
ଆବଶ୍ୟକତା କ'ଣ
ଯଦି କାହା ହୃଦୟ ରେ
ନିଜ ପାଇଁ ସ୍ଥାନ ଟେ ନାହିଁ ।।
ସେ କହିଲା କେଜାଣି
ସମସ୍ତେ ତ ବେପାର କରୁଛନ୍ତି
କିଏ ମନ ର, କିଏ ଧନ୍
ତ ଆଉ କିଏ ଭ୍ରମ ର ।।
ଆମେ ଯଦି ସମୟ ସହିତ
ସାଲିସ କରି ନ ଚଳିବା
ସମୟ ସୁଅରେ ନିଶ୍ଚିତ ଵହିଯିବା ।।
ମୁଁ ସ୍ବିକାର କଲି ନା ଅସ୍ବୀକାର
କେବଳ ସମୟର ପାଦରେ ପାଦ ମିଳାଇ
ଚାଲିବା ଅଭ୍ୟାସ କରୁଥିଲି !