STORYMIRROR

Kabiratna Nutan Kumar Behera

Abstract Action Inspirational

4  

Kabiratna Nutan Kumar Behera

Abstract Action Inspirational

ମହାନ ସଂସ୍କୃତିର ଦେଶ ମୋ ଭାରତ

ମହାନ ସଂସ୍କୃତିର ଦେଶ ମୋ ଭାରତ

1 min
232


ବେଦ ଉପନିଷଦ ପୁରାଣ ଶାସ୍ତ୍ର ଇତିହାସ 

ଗାଏ ଯା'ର ଅମ୍ଳାନ ଐତିହ୍ୟ ପରମ୍ପରା

ଅମର ଯଶ କୀର୍ତ୍ତି ଖ୍ୟାତି ଯା' ବିଶ୍ବେ ପୂଜିତ

ବିଜୟ ଧ୍ଵଜା ଉଡାଏ ତାର ସମଗ୍ର ବସୁନ୍ଧରା 

ସେ ପୁଣ୍ୟପୀଠ ଭାରତ ମାଟି ମୋ ଜନ୍ମଭୂମି

ଧନ୍ୟ ହୋଇଛନ୍ତି ତା' ସୁଯୋଗ୍ୟ ସୁତ ସୁତା

ପବିତ୍ର କୋମଳ କୋଳରେ ତାର ଜନମି

ଗର୍ବ ଗୌରବ ଯା'ର ବିଶ୍ଵେ ସୁଦୂର ପ୍ରସାରୀ

ଦେଶ ବିଦେଶରେ ଅଛି ଶୀର୍ଷତମ ସ୍ଥାନେ

ନ୍ୟାୟ ନୀତି ଆଦର୍ଶ ଜ୍ଞାନ ଗାରିମାର ଉର୍ଦ୍ଧେ

ପ୍ରଚାରେ ଭାତୃଭାବ ଶାନ୍ତି ମୈତ୍ରୀ ଅନୁକ୍ଷଣେ

ସେ ମାଟି ମାଆର ହୋଇ ସନ୍ତାନଟିଏ

ସ୍ବାଭିମାନ ଚାଲେ ଦାୟାଦ ତା' ଟେକି ମଥା

ମୁକ୍ତ କଣ୍ଠେ ଜୟ ଗାନ କରେ ସେ ଅତୀତ

ବୀର ବର ପୁତ୍ର ପୁତ୍ରୀଙ୍କର ଯେତେ ଗାଥା

ଭାରତ ଭୂଖଣ୍ଡେ ମହାନ ମୋ ସଂସ୍କୃତି

ଉତ୍ସାହ ପ୍ରେରଣା ଦିଏ ସର୍ବଦା ମନରେ ଭରି

ପାଣି ପବନ ଆଲୋକେ ତାର ଜୀବନ ଗଢେ

ହୃଦୟରୁ ଭାବ ଭାଷାର ଅମୃତ ପଡେ ଝରି

ଏ ମାଟିର ଅନନ୍ୟ ମୁନି ଋଷି ସନ୍ନ୍ୟାସୀଗଣ

ବ୍ୟାସଦେବ ବାଲ୍ମିକୀ ଆଦି ଦିବ୍ୟ ପୁରୁଷ

ମହାସତୀ ସୀତା ସାବିତ୍ରୀ ଅନସୂୟା ଦେବୀ

କଲ୍ୟାଣମୟୀ ମଙ୍ଗଳମୟୀ ଢାଳନ୍ତି ଆଶିଷ

ଗୀତା ଭାଗବତ ଅଷ୍ଟାଦଶ ପୁରାଣ ଶାସ୍ତ୍ର

ରାମାୟଣ ମହାଭାରତ ଅକ୍ଷୟ ଅଦ୍ବିତୀୟ

ମହାପ୍ରଭୁ ପରଂବ୍ରହ୍ମ ଅନାଦି ଅନନ୍ତ ଜଗନ୍ନାଥ

କୃପାର ସାଗର ଭକ୍ତ ବତ୍ସଳ ହୁଅନ୍ତି ସଦୟ

ରାଜା ମହାରାଜା ଥିଲେ ମହାବୀର ଶ୍ରେଷ୍ଠ 

ଦିଗବିଜୟେ ବିସ୍ତାରୀ ଥିଲେ ବିରାଟ ସାମ୍ରାଜ୍ୟ 

ହିମାଳୟଠାରୁ କନ୍ୟା କୁମାରୀ ଯାଏ ବ୍ୟାପି

ଯା' ଲାଗି ଯୁଗ ଯୁଗ ଧରି ହେଉଛନ୍ତି ପୂଜ୍ୟ

ସେ ମହାନ ଦେଶେ ମହାନ ମୋ ସଂସ୍କୃତି

ବିଶ୍ବ ଦରବାରରେ ଲଭିଛି ସେ ବହୁ ସୁପ୍ରସିଦ୍ଧି

ତାର ଆଦର୍ଶରେ ଅନୁପ୍ରାଣିତ ହେଉ ସର୍ବେ

ସୁଖ ଶାନ୍ତିରେ ରହୁ ଆତ୍ମଜ୍ଞାନ କରି ବୃଦ୍ଧି।


Rate this content
Log in

Similar oriya poem from Abstract