Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kshitish Jena

Abstract Action Inspirational

4.5  

Kshitish Jena

Abstract Action Inspirational

ରାକ୍ଷୀ ବନ୍ଧନ

ରାକ୍ଷୀ ବନ୍ଧନ

1 min
301



ମୁନା ଶୋଇଥିବା ଦେଖିତ ମାମୁନି

କହେ ଉଠିପଡ଼ ଭାଇ

ସକାଳ ହେଲାଣି ଯାଇଛୁ କି ଭୁଲି

ଆଜିପା ରାକ୍ଷୀ ପୁନେଇଁ ।


ଚଞ୍ଚଳ ଯାଆତୁ ଗାଧୋଇ ପାଧୋଇ

ନୂଆ ଜାମା ଦବୁ ପିନ୍ଧି

କେଡ଼େ ସୁନ୍ଦୁରିଆ ରାକ୍ଷୀ ମୁଁ ରଖିଛି

ତୋ ହାତରେ ଦେବି ବାନ୍ଧି ।


ମୋ ଗେହ୍ଲୁ ଭାଇର ମୁଣ୍ଡରେ ପକାଇ

ଅରୁଆ ଚାଉଳ ଦୁବ

ଧୂପ ଦୀପ ଜାଳି ବନ୍ଦାଇବି ତତେ

ମନାସିବି ତୋର ଶୁଭ ।


କେବଳ ମୁଁ ନୁହେଁ ଶାଶୁଘରେ ତଥା

ଦୂରେ ଥିଲେ ଭଉଣୀଟି

ସବୁ କାମ ଛାଡ଼ି ଭାଇର ପାଖକୁ

ଆସେ ସୁଦରରୁ ଛୁଟି ।


ଉପହାର ଠାରୁ ଭାଇ ଉପସ୍ଥିତି

ଭଉଣୀ ପାଇଁ କି ବଡ଼

ଭାଇ ଥିଲେ ସାଥେ ଭଉଣୀକୁ ସ୍ପର୍ଶ

ଛୁଏଁନି କଦାପି ଝଡ଼ ।


ପ୍ରଭୁ ବଳଦେବ ଜନ୍ମଦିନ ଆଜି

ପାଳିବେ ତ ପଲ୍ଲୀପୁରେ

ବଳଦ ଗାଈଙ୍କୁ ଗାଧୋଇ ରାକ୍ଷୀକୁ

ବାନ୍ଧିବେ ତାଙ୍କରି ଠାରେ ।


ବଡ଼ଦେଉଳର ତିନି ଦିଅଁଙ୍କୁ ମୁଁ

କରୁଅଛି ନିବେଦନ

ତୁମପରି ପ୍ରତି ଭାଇ ଭଉଣୀଙ୍କ

ଅତୁଟ ରହୁ ବନ୍ଧନ ।




Rate this content
Log in