ଏକା ଏକା
ଏକା ଏକା
ଏକା ଏକା କାମ କଲେ
ନହୁଏ ସହଜ
ଏକା ଏକା ବୁଲିବାରେ
ନଥାଏ ମଉଜ ।
ଏକା ଏକା କହି ଦେଲେ
ହୁଏନି ସେ ବଡ଼
ଏକା ଏକା ଜୟ କରି
ପାରେନି କେ ଗଡ଼ ।
ଏକା ଏକା ପଥିକକୁ
ଲାଗେ ପଥ ଦୂର
ଏକା ଏକା ଯାତ୍ରା କଲେ
ଥାଏ ମନେ ଡର ।
ଏକା ଏକା ଥିଲେ ଦୁଃଖ
ଲାଗେ ଭାରି ଭାରି
ଏକା ଏକା ଖାଅ ନାହିଁ
ପଞ୍ଚ ମୁଖେ ହରି ।
ଏକା ଏକା ନଦୀ ଯାଇ
ପହଁରିବା ନାହିଁ
ଏକା ଏକା ଲଢ଼ ନାହିଁ
ଏକା ବୋକା ଭାଇ ।
ଏକା ଏକା ଚରୁଥିଲେ
ଛେଳିଙ୍କୁ ବିପଦ
ଏକା ଏକା ସୁଧ ଦେଲେ
ବୁଡ଼େ ମୂଳ ସୁଧ ।
ଏକା ଏକା ଘରେ ଥିଲେ
ଗୃହ ଲାଗେ ଶୂନ୍ୟ
ଏକା ଏକା ଜିଇଁବାରେ
ବୃଥା ଏ ଜୀବନ ।
