ଛୋଟ ଛୋଟ
ଛୋଟ ଛୋଟ
ଛୋଟ ଛୋଟ କଥାରେ ଯେ
ମନ ଲାଗେ କଷ୍ଟ
ଛୋଟ ଛୋଟ କଥା କରେ
ମନକୁ ସନ୍ତୁଷ୍ଟ ।
ଛୋଟ ଛୋଟ ଚାରା ଦିନେ
ହୁଅଇ ବିରାଟ
ଛୋଟ ଛୋଟ କୁନି ପିଲା
ଦେଶ ଭବିଷ୍ୟତ ।
ଛୋଟ ଛୋଟ ଚୁନା ଫୁଲେ
ଉଦ୍ୟାନଟି ହସେ
ଛୋଟ ଛୋଟ କାମ ପାଇଁ
ନାଆଁ କରୁ ବିଶ୍ଵେ ।
ଛୋଟ ଛୋଟ ଚୁନା ମାଛ
ସ୍ଵାସ୍ଥ୍ୟ ପାଇଁ ହିତ
ଛୋଟ ଛୋଟ ନିତିବାଣୀ
ଦେଖାଏ ସୁପଥ
