STORYMIRROR

Biswanath Nayak

Abstract Others

4  

Biswanath Nayak

Abstract Others

ସମ୍ରାଟ

ସମ୍ରାଟ

1 min
386


ନିରବ ନିଶୀଥେ

ଘନ ଅନ୍ଧକାରେ

ଉଚ୍ଚାଟରେ ମନ ଜାଗେ,

ସାରା ଦୁନିଆଟା

ପାଖରେ ଥାଇବି

ଭାରି ଏକୁଟିଆ ଲାଗେ। 

ନିଘୋଡ଼ ନିଦରେ

ସାରା ଦୁନିଆଟା

ନିଶ୍ଚିତେ ଯାଇଛି ଶୋଇ,

ଶେଯରେ ପଡି ମୁଁ

କଡ ଲେଉଟାଏ

ମୋ ଆଖିକୁ ନିଦ ନାହିଁ। 

ତୁଳିତଳ୍ପ ଶେଯ

କଣ୍ଟକିତ ଲାଗେ

ମନହୁଏ ଛନ୍ଦହରା,

କବରୀରେ ବନ୍ଧା

ରଜନୀଗନ୍ଧାର

ବାସ ଲାଗେ ବିଷ ପରା। 

ଇନ୍ଦ୍ରଭୂବନର

ସମାନ ସଦନ

କୁଡିଆଠୁ ତୁଚ୍ଛ ଦିଶେ,

ପ୍ରିୟା ଆଙ୍ଗୁଳିରେ

ଇନ୍ଦ୍ରନୀଳମଣୀ

ଚାହେଁ ମୋତେ ଉପହାସେ। 

ଜାଣେନା କାହିଁକି

ଆଜି ଏ ଯାମିନୀ

ମୋ ଠାରେ ବହିଛି ରୋଷ,

ନିଦକୁ ବାନ୍ଧିଛି

ପଣତ କାନିରେ

ପାଏନା ମୁଁ ତା ପରଶ। 

ମାଆ ଥିଲେ ପାଶେ

ଘୋଡାଇ ଦିଅନ୍ତା

ତାର ସେ ପଣତକାନି,

ସେ କାନି ପରଶେ

ଅମାନିଆ ଆଉ

ହୁଅନ୍ତାନି ନିଦ ନାନୀ। 

ଯନ୍ତ୍ରଣାଦାୟକ

ବିନିଦ୍ର ରଜନୀ

ସବୁଠାରୁ ନିସ୍ଵ ଲାଗେ,

ନିଦ ପିଆସୀ ମୋ

ନୟନ ଯୁଗଳ

ଆକୁଳରେ ନିଦ ମାଗେ। 

ରାଜା ହେଉ ଅବା

ହେଉ ସେ ସମ୍ରାଟ

ଆଖିରେ ନଥିଲେ ନିଦ,

ହୀରା,ନୀଳା,ମୋତି

ମାଣିକ ବୈଡୁର୍ଯ୍ୟ

ତୁଚ୍ଛ ଏ ସବୁ ସମ୍ଫଦ। 

ଭିକାରୀଟି ଯଦି

ଅତି ଆନନ୍ଦରେ

ଗଛତଳେ ଥାଏ ଶୋଇ,

ଦୁନିଆର ସେହି

ପ୍ରକୃତ ସମ୍ରାଟ

ତା ଠାରୁ କେ ଧନୀ ନାହିଁ। 

*********


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract