ମଣିଷ ପାଖରେ ଧନ ହେଲେ ଭାବେ
ମଣିଷ ପାଖରେ ଧନ ହେଲେ ଭାବେ
ମଣିଷ ପାଖରେ ଧନ ହେଲେ ଭାବେ
ସରଗ ଯେ ଚାରିହାତ
ଗୋଚର ପଡ଼ିଆ ମାଡ଼େ ଯେ ସେହି
ଢମ ଢମ କଥା ସେ କହଇ
ବୁଝେନି ମଣିଷ ଆସିଛି ଖାଲିରେ
ଯିବ ନେଇ ଖାଲି ହାତ
ମଣିଷ ପାଖରେ ଧନହେଲେ ଭାବେ
ସରଗ ଯେ ଚାରିହାତ ।
ଏ ସାରା ସଂସାର ଜାଗା ଯେ ଜଗାର
ଆମେ ରହିଛୁ କରିକି ଘର
ଖାଲି ମିଛେ କହୁ ଏ ଜାଗା ମୋହର
ସାତ ପୁରୁଷ ଚଳିବେ ମୋର
ମିଛ ମାୟା ଏଠି ସଂସାରର ଡୋରୀ
ସାହା ଏକା ଜଗନ୍ନାଥ
ମଣିଷ ପାଖରେ ଧନ ହେଲେ ଭାବେ
ସରଗ ଯେ ଚାରିହାତ ।
ଏ ମୁଖେ ଅମୃତ ଏହି ମୁଖେ ବିଷ
ମିଠା କଥା କୁହ ଭାଇ
ଅମୃତ କଥାରେ ସକଳ ସଂସାର
ଆଦର କରନ୍ତି ସେହି
ଗର୍ବ ଅହଂକାର କ୍ଷଣିକ ଭଙ୍ଗୁର
ମୃତ୍ୟୁ ଯେ ସଂସାରେ ସତ୍ୟ
ମଣିଷ ପାଖରେ ଧନ ହେଲେ ଭାବେ
ସରଗ ଯେ ଚାରିହାତ ।
ଛନ୍ଦ କପଟିଆ ନୁହେଁ ଚକାଡୋଳା
ହୃଦୟ ତାହାର ଖୋଲା
ଉଚ୍ଚନୀଚ ଧନୀ ଗରିବ ଦେଖେନି
କେବେହେଲେ ଚକାଡ଼ୋଳା
ସର୍ଭିଙ୍କୁ ସରାଗେ ପାଛୋଟି ନେବାକୁ
ସତେ ବସିଛି ଟେକି ସେ ହାତ
ମଣିଷ ପାଖରେ ଧନ ହେଲେ ଭାବେ
ସରଗ ଯେ ଚାରିହାତ ।
