STORYMIRROR

Kshitish Jena

Abstract Action Inspirational

4  

Kshitish Jena

Abstract Action Inspirational

ମଣିଷ ପାଖରେ ଧନ ହେଲେ ଭାବେ

ମଣିଷ ପାଖରେ ଧନ ହେଲେ ଭାବେ

1 min
15

ମଣିଷ ପାଖରେ ଧନ ହେଲେ ଭାବେ

ସରଗ ଯେ ଚାରିହାତ

ଗୋଚର ପଡ଼ିଆ ମାଡ଼େ ଯେ ସେହି

ଢମ ଢମ କଥା ସେ କହଇ

ବୁଝେନି ମଣିଷ ଆସିଛି ଖାଲିରେ

ଯିବ ନେଇ ଖାଲି ହାତ

ମଣିଷ ପାଖରେ ଧନହେଲେ ଭାବେ

ସରଗ ଯେ ଚାରିହାତ ।

ଏ ସାରା ସଂସାର ଜାଗା ଯେ ଜଗାର

ଆମେ ରହିଛୁ କରିକି ଘର

ଖାଲି ମିଛେ କହୁ ଏ ଜାଗା ମୋହର

ସାତ ପୁରୁଷ ଚଳିବେ ମୋର 

ମିଛ ମାୟା ଏଠି ସଂସାରର ଡୋରୀ

ସାହା ଏକା ଜଗନ୍ନାଥ

ମଣିଷ ପାଖରେ ଧନ ହେଲେ ଭାବେ

ସରଗ ଯେ ଚାରିହାତ ।

ଏ ମୁଖେ ଅମୃତ ଏହି ମୁଖେ ବିଷ

ମିଠା କଥା କୁହ ଭାଇ

ଅମୃତ କଥାରେ ସକଳ ସଂସାର

ଆଦର କରନ୍ତି ସେହି

ଗର୍ବ ଅହଂକାର କ୍ଷଣିକ ଭଙ୍ଗୁର

ମୃତ୍ୟୁ ଯେ ସଂସାରେ ସତ୍ୟ

ମଣିଷ ପାଖରେ ଧନ ହେଲେ ଭାବେ

ସରଗ ଯେ ଚାରିହାତ ।

ଛନ୍ଦ କପଟିଆ ନୁହେଁ ଚକାଡୋଳା

ହୃଦୟ ତାହାର ଖୋଲା

ଉଚ୍ଚନୀଚ ଧନୀ ଗରିବ ଦେଖେନି

କେବେହେଲେ ଚକାଡ଼ୋଳା

ସର୍ଭିଙ୍କୁ ସରାଗେ ପାଛୋଟି ନେବାକୁ

ସତେ ବସିଛି ଟେକି ସେ ହାତ

ମଣିଷ ପାଖରେ ଧନ ହେଲେ ଭାବେ

ସରଗ ଯେ ଚାରିହାତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract