STORYMIRROR

Kshitish Jena

Abstract Inspirational Children

4  

Kshitish Jena

Abstract Inspirational Children

ଗଛଟି ଥିଲେ

ଗଛଟି ଥିଲେ

1 min
13


ଗଛଟି ଥିଲେ ଖରା ଦିନରେ

ପଥିକ ପାଏ ଛାଇ

ଅଙ୍ଗାରକାମ୍ଳ ହାର କମାଏ

ଅମ୍ଳଜାନ ସେ ଦେଇ ।

ଗଛଟି ଥିଲେ ହୁଏ ବରଷା

ମରୁଡ଼ି ହଟେ ପରା

ତାହାରି ପାଇଁ ପାଉରେ ଖାଦ୍ୟ 

ଆମେ ବରଷ ସାରା ।

ଗଛଟି ଥିଲେ ତାହାଠି ଯାଇ

ଗଢ଼ଇ ବସା ପକ୍ଷୀ

ଗଛଠୁ ପୁଣି ଆହାରେ ମଧୁ

ସରାଗେ ମଧୁମକ୍ଷୀ ।

ଗଛଟି ଥିଲେ ସୁଲୁସୁଲିଆ

ବାଆ ବହଇ ପରା

ମିଳଇ ଶାନ୍ତି ଶରୀର କ୍ଲାନ୍ତି

ଦୂର କରଇ ପୂରା ।

ଗଛଟି ଥିଲେ ଝଡ଼ା ପତର

ମିଳେ ରେଷେଇ ପାଇଁ

ସବୁଜ ଦିଶେ ଜଗତ ହସେ

ସୁନ୍ଦର ଦିଶେ ମହୀ ।

ଗଛଟି ଥିଲେ ଗ୍ରୀଷ୍ମର ଖରା

ଏତେ ବାଧନ୍ତା ନାହିଁ

ଗଛଟି ସାଙ୍ଗ,ଭାଇ ଓ ବନ୍ଧୁ

ଗଛକୁ ହାଣ ନାହିଁ ।





Rate this content
Log in

Similar oriya poem from Abstract