Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshitish Jena

Action Inspirational Children

3  

Kshitish Jena

Action Inspirational Children

କୁନି ଝିଅ ମିଷ୍ଟି

କୁନି ଝିଅ ମିଷ୍ଟି

1 min
8



ଆମର ଅଛି କୁନି ଝିଅଟି

ନାଁ ଟି ତା'ର ମିଷ୍ଟି

ତାହାର ହସ ତାହାର କାନ୍ଦ

ଲାଗଇ ଭାରି ଟେଷ୍ଟି ।

ଗପ ଓ ଗୀତ ଶୁଣିବା ପାଇଁ

କୋଳରେ ପଡ଼େ ଲୋଟି

ଦୂରେଇ ଗଲେ ଗୋଡ଼କୁ ଛାଟି

କରଇ ବଡ଼ ପାଟି ।

ଅଇନି କଲେ ତୁନି ସେ ଯାଏ

ଧରିଲେ ଖେଳେଣାଟି

ଟିକେ ସରଳ ଟିକେ ଅବୁଝା

ସେ ପୁଣି ଟିକେ ନଟି ।

ତାହାରି ପାଇଁ ଘର ଗହଳ

ତା'ସାଥେ କଲେ ଖଟି

ସମୟ ଜମା ଜଣା ପଡ଼େନି

କୁଆଡ଼େ ଯାଏ କଟି ।

ଆକଟ କରୁ ବୁଝାଇ ଦେଉ

କରିଲେ ଛୋଟ ତ୍ରୁଟି 

ବଜାର ଯାଏ ମୋ ସାଥେ ବୁଲେ

ଥିଲେ ମୋହର ଛୁଟି ।

ଖାଇ ବସିଲେ ପାଖରେ ବସେ

ସିଏ ମୋ ଗେଲୁ ବେଟି

ତା' ବିନା ଲାଗେ ସୁନା ପିତ୍ତଳ

ଜୀବନ ଲାଗେ ମାଟି ।

ମିଷ୍ଟି ଆମର ଖୁସିରେ ରହୁ

ଯାଉରେ ଦୁଃଖ ହଟି

ଜଗା ଠାକୁରେ ତୁମ ପୟରେ

ପ୍ରଣାମ କରେ କୋଟି ।




Rate this content
Log in

Similar oriya poem from Action