STORYMIRROR

Sailendra Jena

Abstract

4  

Sailendra Jena

Abstract

ଅଚିହ୍ନା ନଦୀ

ଅଚିହ୍ନା ନଦୀ

1 min
459

କିଏ ପାରିବ କି କହି

ଏ ନଦୀର ଗଭୀରତା କେତେ ତାଳ 

ଅଛନ୍ତି କି ଏଠି କୁମ୍ଭୀର ଓ ମାଛରଙ୍କା 

ସୁଖକୁ ଦେଖିବା ମାତ୍ରକେ ଚଳୁ କରିଦେବା ପାଇଁ?


ମୁଁ ଆସିଛି, ରଙ୍ଗୀନ ତଳେଇ ପିନ୍ଧା ନଉକା ପରି 

ଆଶା ବାନ୍ଧି କବିତାର ଏହି ନୂଆ ପୃଥିବୀକୁ ,

ଆସିନି ପୁଣି ଥରେ ଛାଣି ହେଇ ଯିବା ପାଇଁ 

ଛଳନା ଜାଲରେ I 


ଏ ନଦୀ ମିଶେ ତ' ସମୁଦ୍ରରେ

ନା ଅନ୍ଧାରରେ ଲୁଚି ବସି ନିଶା ଖାଏ 

ଲଫଙ୍ଗା ଟୋକାଙ୍କ ସାଙ୍ଗରେ ମିଶି 

ସୈତାନ ପରି ଇଜ୍ଜତ ଲୁଟେ ଭଲପାଇବାର? 


ମୁଁ ଆସିଛି କିଛି ମାତ୍ର କ୍ଷଣ ପାଇଁ ଅକାତ ପାଣିରୁ

ଖାଉନ୍ଦର ଛଳନା ଜାଲରୁ ମୁକୁଳି 

ଦଲାରୀ ଆଖିରେ ଧୂଳି ଦେଇ 

ଛାଡି ଦେଇ ଆସିଅଛି, ରଙ୍ଗମୟ ଫଗୁଣ ଋତୁରେ 

ଗାଁ ଘର ମାଟି ଷଠି, ସମ୍ପର୍କର ଯେତେ ଇନ୍ଦ୍ରଧନୁ I 


ଯେବେ ମଉନ ସମୟ 

ଧାଇଁଯାଏ ମୃତ୍ୟୁର କାଳ ଗହ୍ୱରକୁ 

କବିତା ଅମୁହାଁ ହୁଏ ଅକାତ ଗଣ୍ଡରେ 

ମୃତ୍ୟୁର ଦେବତା ଉଭା ହୁଏ 

ମଗର ଦାନ୍ତରେ ଅଥବା ମାଛରଙ୍କାର ଥଣ୍ଟରେ,

ମୁଁ ଆସିଛି ଖସି, ପିଠିରେ ଗଣ୍ଠିଲି ବୋହି 

ଯାବତୀୟ ସମ୍ପର୍କର ଚିତ୍ରଖାତା ଧରି ,

ଏ ବେଳରେ କେହିତ ଜଣେ କୁହ 

ଏଠିକାର କବିତାର ନିୟମ କାନୁନ 

କବିକୁ ଏଠି କି ମରିବାକୁ ପଡେ ତା'ର କବିତା ପଂକ୍ତିରେ ? 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract