ରାତିର ଝଡ
ରାତିର ଝଡ
ରାତିର ନୀଳ ଲଫାପାରେ
ସଂସାର ଶୋଇଛି, ଆକାଶ ତାରା ଝଲମଲ
ସ୍ଵପ୍ନର ପକ୍ଷୀ ସବୁ ଡେଣା ମେଲି ଉଡୁଛନ୍ତି ।
ଏ ନିସ୍ତବ୍ଧ ମୁହୂର୍ତ୍ତରେ ଇଏ କି ଜ୍ଵଳନ
ଈଶ୍ଵର ଗଲେ କେଉଁଆଡେ
ଯେତେ ଡାକିଲେ ବି ସେ କିଆଁ ମଉନ?
ମୋଅରି ଉପରେ କୁଢେଇ ଦବାକୁ ଥିଲା ଅଳିଆ
ତା ଭିତରୁ ଅଙ୍କୁରୋଦ୍ଗମ ହେବାରୁ ବୀଜଟିଏ
ଚାରିଆଡେ ଏତେ ବିଦ୍ରୋହ!
ମୋତେ ଏ ଝଡରୁ ପାରିବକି ମୁକୁଳେଇ
ଅବରୁଦ୍ଧ ଶ୍ଵାସ, ଆଖିରେ ଯୋଜନେ ଅନ୍ଧାର
ରାତି ପରି ଓଠ ମୁଦିତ, ଆତ୍ମା ଜଳେ ହୁତ ହୁତ ହୋଇ।