STORYMIRROR

Sailendra Jena

Tragedy Others

3  

Sailendra Jena

Tragedy Others

ପ୍ରଳୟ କାଳ

ପ୍ରଳୟ କାଳ

1 min
417

ଏଇ ମାତ୍ର ଫେରୁଛି ସେଉଠୁ

ଯେଉଁଠି ତୁମ ସହ ହୋଇଥିଲା ଦେଖା

ବାତ୍ସଲ୍ୟ ଫେଣେଇ ଉଠୁଥିଲା

ସମୁଦ୍ର ଢେଉରେ।


ତୁମେ ଥିଲ ଗୋପନ ଦିନଲିପିର

ନିଭୃତ ନିଷିଦ୍ଧ କବିତାର ଶବ୍ଦ

ଅପନ୍ତରାରେ କଣ୍ଟକିତ ଶାଖାରେ

ଦୋଳାୟିତ ଅନାମିକା ଫୁଲ।


ବିମୁଗ୍ଧ ମୁଁ ତୁମର ସେ ରୂପ ଲାବଣ୍ୟରେ

ହସିଲେ ସଭିଏଁ,

ପ୍ରେମ କବିତା କି ଲେଖାହୁଏ

ପ୍ରଳୟ କାଳରେ!


ଏ କାଳରେ ଜନ୍ମନିଏ ଜାରଜ ସନ୍ତାନ

ଘୃଣାର ଦଂଶନରେ ହୁଏ ଛଟପଟ

ବିମୁଖ ଦେବାଦେବୀ

ମୃତ୍ୟୁ ତାକୁ କରିଦିଏ ପଛ।


ଶବ୍ଦ ଶୂନ୍ୟ କବିତା ର ସେଇ କେତେ ଧାଡ଼ି

ଲେଖିଥିଲି ସେଦିନ ମୁଁ ତୁମକୁ ଭେଟିବା ଲଗ୍ନରେ

ଛାଡି ଦେଇ ଆସିଥିଲି ତାହାକୁ ସେଇଠି

ଲଭିବାକୁ ମୋକ୍ଷ ତା ନିଜ ବଳରେ।


ଫେରୁଛି ସେଉଠୁ,

ସେଇଠି ଏବେ ଗଢ଼ି ଉଠିଛି ବସ୍ତିଟିଏ

ଚନ୍ଦ୍ରକଳା ପରି ବଢୁଅଛି ମହାମାରୀ

କର୍ଦ୍ଦମାକ୍ତ କୁତ୍ସିତ ଗଳିରେ।


ତୁମେ ଏବେ ବି ସେଇଠି ଅଛ, ମୁଁ ବି ଅଛି

ସ୍ଫଟିକ ପାଲଟି ଯାଇଛେ ଦୁହେଁ

ମୋର ସେହି କବିତାଟି,

ଲହରୀରେ ନାଚୁଅଛି ନଉକାଟେ ପରି, ପ୍ରଳୟ କାଳରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy