STORYMIRROR

Sailendra Jena

Abstract

2  

Sailendra Jena

Abstract

ପୁଣି ଥରେ ଦିନେ

ପୁଣି ଥରେ ଦିନେ

1 min
3.1K

ପୁଣି ଥରେ ଦିନେ

ସେଇଠି ସେ ପୁରୁଣା ଗଳିମୋଡେ

ଦେଖାହେଲା ତା ସହ

ରୂପସୀ ସେ ଅସରା ରୂପର ପସରା


ତଥାପି ଛାଡି ନଥିଲା ତନ୍ଦ୍ରା

ପାହିନଥିଲା ରାତି

ଭାଙ୍ଗି ନଥିଲା ସ୍ବପ୍ନର ଅପେରା

ଉଡୁଥିଲା ସେ ଚିତ୍ରିତ ଡେଣାରେ


ସମୟ ଚମକି ଗଲା

ସ୍ପନ୍ଦନ ଅଟକି ଗଲା

ହାୟ କି ଗଭୀର ଆଖି

ହାୟ କି ମୁଗ୍ଧ ସ୍ମିତହାସ୍ୟ


ସମୟ କହିଲେ ମୁଁ ବୁଝେ

ପରସ୍ପରର ମୁହଁକୁ ଛି କରିଥିବା

ତିନୋଟି ଅସ୍ଥିର କଣ୍ଟା

ଆକାଶରୁ ଟପକୁଥିବା ବର୍ଷା ବୁନ୍ଦା

ଗଛରୁ ଝଡିଥିବା ଶୁଷ୍କ ପତ୍ର

ମାଟିକୁ ଫଟେଇ ଚମ୍ପଟ ମାରିଥିବା ଆତ୍ମା


ସମସ୍ତଙ୍କୁ ଭେଟିଲି ସେଦିନ

ଗୋଟେ ଉପକାରୀ ବଟବୃକ୍ଷର

ଆବକ୍ଷ ପ୍ରତିମା ସ୍ଥାପିଲୁ ଆମେ

କେତେଜଣ ଅସହାୟ ପକ୍ଷୀ


ଅଥଚ ସେମାନେ ଚିହ୍ନି ପାରିଲେନି ମୋତେ

ଚିହ୍ନିପାରିଲେନି କେହି କାହାକୁ

ମୁଁ ଚାହୁଁଥିଲି ବରଫ ତରଳିଯାଉ, ହେଲେ

ଶବ୍ଦ ମାନେ ଦଗାଦେଇ ଲୁଚିଗଲେ ମନଗହନରେ


ଘନୀଭୂତ ଅନ୍ଧାରର ରଙ୍ଗମଞ୍ଚେ

ଏ ରହିଗଲା ପକ୍ଷୀଟିଏ ଏକା

ତା ଉପରେ ଅଜାଡି ହେଇ ପଡୁଥିଲା

ତୀକ୍ଷ୍ଣ ତରବାରୀ ପରି

ଚିକମିକ ପ୍ରଚଣ୍ଡ ଆଲୋକ ସ୍ରୋତ

ସ୍ପଟଲାଇଟରୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract