STORYMIRROR

Sailendra Jena

Drama

3  

Sailendra Jena

Drama

ପିଲାଦିନ ସାଙ୍ଗ

ପିଲାଦିନ ସାଙ୍ଗ

1 min
234

ତୋ ସହ ଆଜି କଥା ହେଲି

ତୁ ପଚାରିଲୁ, ଭାଇ ତମେ ଅଛ?


ଭାଇ ତ' ଠିକ ଅଛି, ହେଲେ ତମେ!


ତୁ ଆଉ ତମେ ଭିତରେ

ଗୋଟେ ବିରାଟ ପାଚେରୀ ଅଛି ରେ ଭାଇ I


ଫେସବୁକ ରେ ଦେଖିଲି ତୋ ପୋଷ୍ଟ

ସେ ପିଲାଟି କିଏ ଯାହାର ଆଜି ଜନ୍ମଦିନ!


ମୁଁ ପାର କଲିଣି ପଇଁଚାଳିଶି, ତୁ ବି କୋଉ ଛୁଆ ଯେ!

ଏ ବୟସରେ ପୁଣି ପିଲାର ବାପ! ହାଃ ହାଃ ହାଃ


ଛାଡ଼, ମଜା କରୁଥିଲି

ସାନ ଭାଇର ପୁଅକୁ ମୋର ସ୍ନେହ ଜଣେଇବୁ I


କେବେ ଆସ ମୋ ସହରକୁ, ଦୁଇ ସାଙ୍ଗ ବସି କଥା ହେବା

ଦେଖିବୁ, ଜୀବନଟା କେମିତି ଏଠି ଗୋଟେ ମୂଷା ଦୌଡ଼ I


କେତେଥର ଭାବିଛି, ବିନା ଖବରରେ ଆସି ପହଞ୍ଚିଯିବି ତୋ ଘରେ

କହିବି ମାଉସୀ, ପଖାଳ ବାଢ, ଭାରି ଭୋକ I


କୋଇଲି ଗାଉଥିବ ଅଜଣା ଡାଳରେ, ବସନ୍ତର ପବନ ବହୁଥିବ ଶିରି ଶିରି

ଆମ୍ବ ତୋଟା ଛାଇରେ ସପ ପାରି ଘଡ଼ିଏ ଶୋଇବା ଆମ ପିଲା ଦିନ ପରି I 


ଆଉ କହ, କିଏ କେମିତି ଅଛନ୍ତି, ମଉସା ମାଉସୀ ପିଲା ଛୁଆ

ଏ କଷଣ କାଳରେ ଜଗି ରଖି ଚଳୁଥିବୁ ସାଙ୍ଗ I


ମୋର ଏଠି ସବୁ ଭଲ, ହେଲେ ଭାରି ଜଞ୍ଜାଳ

ନିଜର ଭେଟ ନିଜେ ପାଇବା ଏଠି କେବେ କେବେ ହୁଏ I


ତୁ ତ ଜାଣିଛୁ, ଖରା ଛୁଟି ଯାହା ମିଳିଥିଲା ପିଲାବେଳେ

ଯାହା କାଗଜର ଡଙ୍ଗା ପରି ଭାସି ଯାଇଛି ଖରା ଛୁଟି ପର ବରଷାରେ I


ହଁ, ମୁଁ ଆସିଲେ ନଈରେ ଗାଧେଇବା ନିର୍ଘାତ

ନଈରେ ଏବେ ଅଛିକି ନ ସେ କାଚ କେନ୍ଦୁ ପାଣି !


ଭାଇରେ, ଆଖି ପାଏନା ଏତେ ପଛକୁ ଫେରି ଚାହିଁବାକୁ

ଯେମିତି ପାଏନା କାତ ମାପିବାକୁ ଏବେ ଜୀବନକୁ I


ଯଦି କେବେ ହୁଏ ଦେଖା କହିବାକୁ ଅଛି ବହୁ କଥା 

ଜଗି ରଖି ଚଳୁଥିବୁ, ଆଜି ଏତିକିରେ ରହିଲି ରେ ସଖା I 


Rate this content
Log in

Similar oriya poem from Drama