STORYMIRROR

Sailendra Jena

Others

3  

Sailendra Jena

Others

କବିତା ଦିବସ

କବିତା ଦିବସ

1 min
241

କବିତା ଦିବସରେ

ସବୁ କବିଙ୍କୁ ପ୍ରଣାମ।


କବି ଈଶ୍ବର

ଈଶ୍ୱର ସର୍ବ ବିଦ୍ୟମାନ

ଯୁକ୍ତିରେ ସମସ୍ତେ କବି।


କିଛି କବି, କବିତାର ପ୍ରିୟ

ଢେର୍ ମାନ ସମ୍ମାନ ତାଙ୍କର

ଆଉ କିଛି ରାସ୍ତାର ପଥର ।


ଯିଏ ଆବୋରି ପାରେନି ଶବ୍ଦଙ୍କୁ

ଯିଏ ଉଡେଇ ପାରେନି ନେତ

ଦେଉଳ ଚୂଡ଼ାରେ,

ଦିଅଁ କିପାଇଁ ଢାଳନ୍ତା ଅସରପି

ଆଜିର ଏ ଅମୃତ ବେଳାରେ ।


ଜଞ୍ଜାଳ ଢେକିଦିଏ ଶବ୍ଦ ସବୁ

ଫାଇଲ ଲୁଚେଇ ଦିଏ

ମୁକ୍ତିର ଠିକଣା,

ମୁଣ୍ଡ ଝାଳ ତୁଣ୍ଡେ ମାରି ଜୀଉଁ ଜୀଉଁ

କବିତାର ଝର ବହିଯାଏ ଅଜଣା ଦେଶକୁ

କବି ହୁଏ ବାଟବଣା ।


ନିରବ କ୍ଷଣମାନ ହୁଅନ୍ତି ବାଚାଳ

ବହୁଯୁଗୁ କଲମରୁ ସ୍ୟାହି

ହୋଇଅଛି ଶେଷ,

ପଥରର ଛାତି ଚିରି

କେବେ କେବେ ଫୁଟେ ବଣମଲ୍ଲୀ

ଫୁଟି ପୁଣି ଝଡିଯାଏ, ପାଏନା ସେ

ସେନେହ ପରଶ,

ସେ କବିଙ୍କୁ ସମର୍ପିତ

ଏକୋଇଶି ମାର୍ଚ୍ଚର କବିତା ଦିବସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍