STORYMIRROR

Sailendra Jena

Drama

3  

Sailendra Jena

Drama

ନିଆଁ

ନିଆଁ

1 min
176


ଜୀବନ ସାରା ପେଟରୁ କାଟି 

ଯାହା ସାଇତି ଥିଲି, 

ସେଥିରେ ଯେଉଁ ଚିମୁଟାଏ ସ୍ବପ୍ନକୁ ନେଇ 

ତିଆରି ଥିଲି ସଂସାର,

ସେ ଅନ୍ଧାର ରାତିରେ 

ନିଆଁ ପାଖରେ ଠିଆହେଇ 

ଜାଣିଲି, ସବୁ ଅସାର l


ଯୋଉ ଦେହ ପାଇଁ 

ମଖମଲି ଚାଦର 

ଜରି କାରିଗର ହାତରେ ବୁଣା 

ଚିକ୍ମିକ୍ ଅଙ୍ଗବସ୍ତ୍ର, ରାଜପାଟ 

କୋଉ କାମକୁ ନୁହଁ ହେ,

ଗୋଟିଏ ପାଖରେ ଅନ୍ଧାର 

ତା ସହିତ ସହସ୍ର ବୃଶ୍ଚିକର ଦଂଶନ 

ଭୋକିଲା କୁକୁର ପରି 

ନିଆଁ ଟାଣି ଖାଉଥିବ ହାଡ଼ l


ଲହୁଣି ପରି ତରଳି ଯାଉଥିବ ମାଂସ,

ସମସ୍ତେ ଫେରିଯାଇଥିବେ

ନିଜ ନିଜ ଘରକୁ 

ନିଜ ନିଜ ଜିଦକୁ

କମ୍ବଳ ତଳୁ ଦେଖିଥିବେ ସ୍ଵପ୍ନ,

ରାତି ପାଇଲେ ସକାଳ,

ପକ୍ଷୀ ଓ ରବି ଯିବେ ଆକାଶକୁ

କାଳିଆ କସରାଙ୍କୁ ଧରି 

ଯିବାକୁ ହେବ ବିଲକୁ, 

ପଇଁତରା ମାରୁଥିବେ ପଲେ ମେଘ

ବୁଣି ଦେବେ ସୁଖର ମଞ୍ଜି 

ଜୀବନ ହସି ଉଠିବ I


ଘରଣୀ, ଗୋଟିଏ ଚାଉଳରେ ଗଢା 

ବାଢ଼ିଦବ ସଜ ସଜ ମଲ୍ଲିଫୁଲିଆ ଗରମ ଭାତ 

ନରମ ଶେଜ, ବାଢ଼ିଦବ କୋମଳ ଶ୍ରୀଅଙ୍ଗର ପସରା, 

ଅଣ୍ଟୁ କି ନଅଣ୍ଟୁ, ପ୍ରତ୍ୟେକର ଅଛି ସାମ୍ରାଜ୍ୟ I


କେହି ପଚାରିବେନି ହୋ

ତମେ କୁଆଡେ ଗଲ, କୋଉଠି ରହିଲ

ଆଲୋକରେ କି ଅନ୍ଧାରରେ 

ସ୍ଵର୍ଗରେ କି ମର୍ତ୍ତ୍ୟରେ, 

ତମେ ଏକା ଏକା ସେକି ହଉଥିବ

ତୁମ ନିଆଁରେ, 

ଦେହ ତରଳି ସାରିଥିବ, ମହମ ପରି I



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama