STORYMIRROR

Sailendra Jena

Fantasy

3  

Sailendra Jena

Fantasy

କାକଟସ ର ଫୁଲ

କାକଟସ ର ଫୁଲ

1 min
350

ଫୁଲ ଵାଲା ବିକୁଥିଲା ଫୁଲ 

ବଜାରରେ ପଣ୍ୟ ତନୁମନ

ନିଅ ନିଅ ଚମ୍ପା ଓ ଚମେଲୀ 

ଗୁନ୍ଥିଦେବ ପ୍ରିୟାର ଜୂଡାରେ 

ରାତ୍ରି ହେବ ମଧୁମୟ I 


କଣ ନବ, ମଲ୍ଲୀ ନା ରଜନୀଗନ୍ଧା 

ଶେଫାଳୀର ମହକ ଯେ ଚମତ୍କାର 

ରାତିକ ପାଇଁ ହେଲେ ବି I 


ନବ ତ ଗେଣ୍ଡୁ ନେଇ ପାର 

ନେତାଙ୍କ ବେକରେ ଝୁଲାଅ କି 

ହାଣ ମୁହେଁ ବୋଦାର ଗଳାରେ 

ଲିଲିୟମ ଡ଼ାଫୋଡିଲ 

ଜାଣେନା ମୁଁ ସେହି ସବୁ ବିଦେଶୀ ଫୁଲଙ୍କୁ I 


ମୋ ଝୁଡିରେ ଅଛି ସୁବାସିତ ନାନା ବନଫୁଲ 

ସେସବୁରୁ ଅନେକଙ୍କ ନାମ ମୁଁ ଜାଣେନା 

ସଂସାରରେ ସବୁ ଦ୍ରବ୍ୟ ବିକ୍ରି ହେଇଯାଏ ବୋଲି 

ଝୁଡିରେ ମୁଁ ରଖିଛି ଯତନେ, ଦେଖିନେଇପାର I 


ସାବଧାନ, ସେ ଝୁଡିର ଢାଙ୍କୁଣୀ ଖୋଲନି,

ତାହା ମଧ୍ୟେ ଜୀବନ ଯୁଦ୍ଧରେ ହାରି 

ଶୋଇଅଛି ଆହତ ନାଗୁଣୀ 

ଭାଙ୍ଗନାହିଁ ଦୁଃଖ ନିଦ୍ରା ତାର I 


ଆଉ ଯଦି ଜିଦ କର 

କଳେ ବଳେ କଉଶଳେ ପାଇବାକୁ ତାକୁ 

ଶୁଣ, ଚବିଶି କ୍ୟାରେଟ ସୁନାର ତାରକସି ଦେହ 

କଷିବନି ମୂଲ ତାର, ସେ ଯେ ଅମୂଲ୍ୟ ଅତୁଲ୍ୟ 

ଛୁଁଉ ଛୁଁଉ ଜଳିଯିବ, 

କଣ୍ଟକିତ ବୃନ୍ତରେ, ସେ ଯେ ମୋର କାକଟସର ଫୁଲ I 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy