STORYMIRROR

Chittaranjan Nanda

Fantasy Others

3  

Chittaranjan Nanda

Fantasy Others

ଆସନ୍ତା କାଲି, ଦେଖିଛି କିଏ?

ଆସନ୍ତା କାଲି, ଦେଖିଛି କିଏ?

1 min
173


ଏ ଶବ୍ଦରାଶି ତ ସତରେ କେଡେ 

ସୁନ୍ଦର କହିବା ପାଇଁ

କଥା ଦିଏ ଆସିବାକୁ କିନ୍ତୁ ଅଟେ 

ସେ ତ ବଡ ମିଛେଇ |୧|


ଆମେ ଆମ ମନ ଡାଲାରେ କେତେ 

ସ୍ବପ୍ନଙ୍କୁ ସଜେଇ

ଜନ୍ମରୁ, ସଂସାରର ସର୍ବ ବାଧା ବନ୍ଧନ 

ଭିତରେ ଥାଏ ରହି |୨|


କେବେ ଆସେ ନୀଳ ମେଘ ବର୍ଷାଭିଜା 

ସକାଳକୁ ଧରି

ପୁଣି ଅନନ୍ତ ପ୍ରେମ ଉଲ୍ଲାସର ଫଗୁଣ 

ଫଲ୍ଗୁକୁ ସଂଗ କରି |୩|


ମନ ଭାବନାର "ଆସନ୍ତା କାଲି " ତ

ଆସେନି କେବେ ବି 

ହେଉ ସେ ଦେବତା ଅବା ମାନବ ଅବା 

ଦାନବ ସେଇ ବି |୪|


ପୃଥିବୀକୁ ସୂର୍ଯ୍ୟ ବି ଦିଶେନି ସାରା ଜଗତ 

ଠପ୍ ହୋଇଯାଏ 

ନିମିଷକରେ ଧ୍ବଂସର ତାଣ୍ଡବ ଲୀଳା ସର୍ବତ୍ର 

ଖେଳି ଯାଏ |୫|


ଆଜି ଯାହା ପାଇଁ ଦୁନିଆର ଲୋକମାନେ 

ହୁଅନ୍ତି ପାଗଳ 

ଆସନ୍ତା କାଲି ତା ପ୍ରତି ନଥାଏ ତ ସେଇ 

ଉଷ୍ମତାର ବେଳ |୬|


ତେବେ କୁହ କାହିଁକି ହେବି ମୁଁ ଆତ୍ମକୈନ୍ଦ୍ରିକ 

ମଣିଷଟିଏ 

ଏ ପୃଥିବୀକୁ କରିବା ଭୀତତ୍ରସ୍ତ ଫିଙ୍ଗି ପରମାଣୁ 

ଅସ୍ତ୍ରଟିଏ |୭|


Rate this content
Log in

Similar oriya poem from Fantasy