STORYMIRROR

Sailendra Jena

Abstract

2  

Sailendra Jena

Abstract

ଫାଶୀ

ଫାଶୀ

1 min
343

ନିଭୃତ ଅରଣ୍ୟର ଫରୁଆ ଭିତରେ 

କେଉଁଠି ଗାଉଛି ପକ୍ଷୀ ମେଘର ମହ୍ଲାର

ହୃଦୟରେ ଶିହରଣ ଆଲୋଡନ 

ସ୍ୱପ୍ନର ଲହରୀ ।


ତୁମେ ଏ କି ଝଙ୍କାର ତୋଳିଲ ପ୍ରଭୁ 

ଅସୁମାରୀ ସୁଖର ଫୁଲ ଫୁଟି 

ସୁଖର ପସରା ଧରି ଶୈଶବ ବିସ୍ମୃତ 

ଗୋଲାପୀ ଯୌବନ ଶେଯରେ 

ମୁଠା ମୁଠା ମୁଗ୍ଧ ସ୍ୱପ୍ନ ବିଞ୍ଚି ଦେଇ,

ଫେରେଇ ନେଲ ସେନେହ ମମତା, 

ବଦଳରେ ଝୋଲିରେ ଭରିଦେଲ 

ନଖ ଦାନ୍ତ କାମ କ୍ରୋଧ ଘୃଣା ।


ତା ସାଥିରେ ଦେହକୁ ତ ଦେଲ ମୃତ୍ୟୁର ଠିକଣା

ମନକୁ ଦେଖେଇଲ ମୃତ୍ୟୁର କରାଳ ସେ ବିଶ୍ଵରୂପ 

ଆଃ, ଏ କି ଅନ୍ଧାର, ତା ଭିତରେ ଉଡିବାକୁ ଦେଲ ଡେଣା 

ତା ସଙ୍ଗେ ସମ୍ମୋହନ ସ୍ୱପ୍ନ ଶେଷେ ସ୍ୱପ୍ନଭଗ୍ନ ହେବାର ଯନ୍ତ୍ରଣା।


ଅନ୍ତତଃ ଏତିକି କରୁଣା କର

ତୁମ ଦ୍ୱାରେ ମାଥାପାତି ଠିଆ ଯୋଗୀଙ୍କୁ ବୁଝାଅ 

ଦେହର ପେନ୍ସିଲ ସ୍କେଚ ରବରର ଘର୍ଷଣରେ ଲିଭିଯିବା ପରେ

କେଉଁ ଦେଶେ ଯିବ ଆତ୍ମା 

କେଉଁ ଗ୍ରହ ଗ୍ରହାନ୍ତରେ ତୁମ ସହ ହେବ ପୁଣି ଦେଖା।


ମେଘ ଗରଜନ ଶୁଣି ଜଳି ଉଠେ ଅଗ୍ନୀ ଶିଖା 

ନିଆଁ ପୁଏଁ ଜଲ୍ଲାଦ, 

ଜୀବନର ରଫ କାଗଜରେ ଗାରଗାରି  

ଅନାବନା ପାପ ପୁଣ୍ୟ ଚିତ୍ର ମାନ 

ଜଳିଯାନ୍ତି ହୁତ ହୁତ ହୋଇ 

ଯଜ୍ଞର ସେ ଆଲୋକରେ 

ଆଲୋକିତ ହୁଏ ଏ ଜଗତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract