STORYMIRROR

Pradeep Kumar Panda

Abstract

4  

Pradeep Kumar Panda

Abstract

ମୁକ୍ତି

ମୁକ୍ତି

1 min
297

ଯାଆ ମୋ ହାତ ପାପୁଲିରୁ

ତୋତେ ମୁକ୍ତି ଦେଲି

ମୋ ସ୍ନେହର ବାହୁ ଵଳୟ ରୁ

ତୋତେ ଅପସାରଣ କଲି

ଯାଆ ମନ ଇଚ୍ଛା ଵୁଲି ଆ

ଯୋଉଠି କୁ ଯିବାର ଅଛି

ଅବାଧ ରେ ଯାଆ

ତୋତେ ବାରଣ କରିଵାର

ସବୁ ରାସ୍ତାକୁ ଅବରୋଧ କଲି

ବାହାର ଦୁନିଆକୁ ଦେଖିବୁ ବୋଲି

ବିକଳ ହ‌ଉଥିଲୁ ପରା

ଯାଆ ତୋତେ ଛାଡିଲି ତୋ

ନିଜ ଦାୟିତ୍ୱରେ

ହେଲେ ଏତିକି ମନେ ରଖ!

ଯେବେ ବୁଲି ବୁଲି ଥକ୍କି ଯିବୁ

ମୋର ଏଇ ହାତ ପାପୁଲି କୁ

ନିର୍ଦ୍ଵନ୍ଦରେ ଫେରି ଆସି ପାରିବୁ

ଯେବେ ତୁ ଇଚ୍ଛା କରିବୁ

କିଛି ବି ବାଧା ବିଘ୍ନ ନାହିଁ

ଏଇ ହାତ ପାପୁଲି ରେ ତୋତେ

ପୁଣି ଥରେ ଧରି ରଖିବାର

ଯଥେଷ୍ଟ ସାମର୍ଥ୍ୟ ରହିଛି

ଯେମିତି ସେତକ

ଭୂଲି ନ ଯାଉ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract