STORYMIRROR

Pradeep Kumar Panda

Abstract Classics Inspirational

4  

Pradeep Kumar Panda

Abstract Classics Inspirational

କୁହୁକ କ୍ଷେତ୍ର

କୁହୁକ କ୍ଷେତ୍ର

1 min
447

ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏


କୁହୁକ କ୍ଷେତ୍ର ଶ୍ରୀ କ୍ଷେତ୍ର

 ଯହିଁ ଥାଏ ପ୍ରଭୁ ଛତ୍ର।

ସେ ଛତ୍ରେ ସୁରକ୍ଷା କେନ୍ଦ୍ର

ସୂର୍ଯ୍ୟ ପରି ଯାର ନେତ୍ର।


ଦେଖନ୍ତି ସାରା ଜଗତ

ଉତ୍କଳେ ଉଡେ ଯା ନେତ।

ସେ ପ୍ରଭୁ ଶ୍ରୀ ଜଗନ୍ନାଥ

ଭକତେ ବଢାନ୍ତି ହାତ।


ଭକ୍ତ ର ଯିଏ ଆଶ୍ରିତ

ସଙ୍କଟରେ ବନ୍ଧୁ ମିତ ।

ତାଙ୍କ ପାଇଁ ଅଧିଷ୍ଠିତ

 ମହା ପ୍ରଭୁ ଜଗନ୍ନାଥ।


ଅବଢ଼ା ଛପନ ଭୋଗ

ପ୍ରଭୁଙ୍କ କୁହୁକ ଯୋଗ।

ରନ୍ଧନେ ଥାନ୍ତି ନିରତ 

ଭକ୍ତ ପାଇଁ ଯା ପ୍ରସାଦ।


ଭୂମି ଭୂମା ନଭଶ୍ଚୁମି

ବିସ୍ତୃତ ଚାରୁ ସୃଜନୀ।

ଐତିହ୍ୟ ସଂସ୍କୃତି ଭରି

ଯୁଗ ପରମ୍ପରା ଧରି।


ଅଦ୍ଭୁତ କାହାଣୀ ଯାର

କହେ ମନ୍ଦିର କନ୍ଦର।

 କଳା ସ୍ଥାପତ୍ୟ ରେ ଭରା

ପ୍ରଭୁଙ୍କ କୁହୁକ ଧରା।


ଦାରୁବ୍ରହ୍ମ ରୂପେ ଥାଇ

ଶ୍ରଦ୍ଧା ଭକ୍ତି ପୂଜା ପାଇ।

ଅଭୁଲା ସ୍ମୃତି ଅଧୁରା 

ଦେଖିଲେ ଲାଗେ ଆବୁରା।


ଦେଖିବାକୁ ଚିର ତୃଷ୍ଣା

ଆସେ ଯହିଁ ଦେବ ବାସ୍ନା।

ଶ୍ରୀ କ୍ଷେତ୍ର କୁହୁକ ଧାର 

ସ୍ବର୍ଗ ର ମୁକ୍ତି ର ଦ୍ଵାର।


ପୁଣ୍ୟ ତୀର୍ଥ କରି ଜନ

 ମନସ୍କାମ କରେ ପୂର୍ଣ୍ଣ।

ମୋକ୍ଷ ପ୍ରାପ୍ତି ପାଇଁ ଭକ୍ତ

କରନ୍ତି ଶ୍ରୀକ୍ଷେତ୍ର ତୀର୍ଥ।

ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract