ଡ଼ଙ୍ଗା
ଡ଼ଙ୍ଗା
ମୋ ସାଙ୍ଗ ସୁନ୍ଦର ସୁସ୍ଥ ଡଙ୍ଗାଟିର
ବନ୍ଧନ ଯାଇଛି ଫିଟି
ମୋହ ଆଗେ ଆଗେ ଯାଇଛି ସରାଗେ
ସମସ୍ତ ବନ୍ଧନ କାଟି l
ବଣା ମୋ ଡଙ୍ଗାଟି ପାଣିଯାଏ ପଶି
ମଙ୍ଗ ବା ଧରିବ କିଏ
ପାଣି ଛାଣି ଛାଣି ହାଲିଆ ହେଲିଣି
ବେଳ ବୁଡି ବୁଡି ଯାଏ l
ବାରୁଣୀ ରାଣୀ ତା କଳା ଶାଢ଼ୀ ପିନ୍ଧି
କି ଚଞ୍ଚଳ ଆସେ ମାଡି
କ୍ଳାନ୍ତ ଶ୍ରାନ୍ତ ହୋଇ ଦୂରପଥେ ଚାହିଁ
ପାଦ ପାରୁନାହଁ କାଢି l
କେତେ ଦୂରବାଟ ରହିଛି ବାକି ମୋ
ଆଉ ନ ପାରୁଛି ବାରି
ଆର ପାରିକି ମୁଁ ଚାହିଁଲେ ବିକଳେ
କିଏ ଡାକେ ହାତଠାରି ?