Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswaranjan Mohanty

Abstract

4  

Biswaranjan Mohanty

Abstract

ଯନ୍ତ୍ରଣାର ତାପ

ଯନ୍ତ୍ରଣାର ତାପ

1 min
285


ସମର୍ପିତ ଏକ ଜୀବନ ଧାରାରେ

ସୁଖ ! ଏକ ଅଭୀପ୍ସିତ ଆଶ୍ୱାସନା ସିନା 

ମରୀଚିକା ପରି ଅହରହ କଳ୍ପିତ ଆଭାରେ 

ପରିତପ୍ତ ମାଟିହାଣ୍ଡି ପରି

ସହି ପାରେ ସିନା ଯନ୍ତ୍ରଣାର ତାପ 

କିନ୍ତୁ ଭାଙ୍ଗିଯାଏ ଅବିଶ୍ୱାସ ପ୍ରହାର ରେ l 


ସଂଘର୍ଷ କୁହ ବା କୁହ ଜୀବନ, 

ଅବିରତ ଅନିଶ୍ଚିତ 

ସ୍ୱାର୍ଥ ଲଭେ କଳଙ୍କିତ, 

ଜୀବନର ପ୍ରତ୍ୟେକ ପୃଷ୍ଠା 

କହିବାକୁ ଚାହେଁ ଆଜି ନିଜ ଗଳ୍ପ ଆଜି 

ଗଢିବାକୁ ଚାହେଁ କୀର୍ତ୍ତି ରାଜି

ଭାବ କଳ୍ପତରୁ ହୋଇ ଉନ୍ମୁକ୍ତ  l 


କରୁଣା ନଈର ଭଉଁରୀ ପରି ସେ 

ହଜିଯାଏ କେଉଁ ଜଳରାଶି ପାରେ 

କାମନା ଭତ୍ସନା ର ତରଣୀ ରେ ବସି 

ପାରି କରିବାକୁ ଚାହେଁ, ଅବୋଧ ଏକ ପ୍ରାଣ 

ମନେଅଛି ଡର ତଥାପି ତତ୍ପର 

ଚଳାଇ ନେବାକୁ ସଂସାର ର ଯାନ l 


ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ସିନା 

ଗଢି ତୋଳେ ବ୍ୟକ୍ତିତ୍ୱ ଟିଏ 

ଦୋଷ ଓ ଦ୍ୱେଷ ର ଜଞ୍ଜିର ରେ ବନ୍ଧା 

ମାନବର ସଦ୍ଇଚ୍ଛାର ସ୍ରୋତ 

ଶୁଖିଯାଏ ପୁଣି କେଉଁ ମରୁଭୂମି ବୁକେ 

ଝୁରୁଥାଏ ତାକୁ ମହୋଦଧି ସିନା

କେବେ ହୋଇବ ମାନବିକତା ର ମହା ମିଳନ ।


Rate this content
Log in

Similar oriya poem from Abstract