STORYMIRROR

Samar Ballav Bhoi

Abstract Inspirational

3  

Samar Ballav Bhoi

Abstract Inspirational

ଦୀପାବଳୀ

ଦୀପାବଳୀ

1 min
235


ଭାରତ ଆମର ଦେବଭୁମି ରୁପେ କଥିତ

ଦୀପାବଳୀ ର ମହତ୍ତ୍ଵ ପ୍ରଧାନ ଓ ସର୍ବୋଚ୍ଚ

କାର୍ତ୍ତିକ ମାସ ଅମାବାସ୍ୟା ରେ ହୁଏ ପାଳିତ

ଦୀପାବଳୀ ଆଲୋକର ପର୍ବ ବୋଲି ବିଦିତ।।


ଦୀପାବଳୀ ପଛେ ଅନେକ ପୁରାଣ ଉପାଖ୍ୟାନ

ଲଙ୍କା ବିଜୟ, ରାବଣ ନିଧନ, ଜାନକୀ ଉଦ୍ଧାର

ପ୍ରଭୁ ରାମଚନ୍ଦ୍ର କରିଥିଲେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ

ଶ୍ରୀକୃଷ୍ଣଙ୍କ ଦ୍ଵାରା ନରକାସୁର ବିନାଶ କରିଣ  ନରକଦ୍ବାରା ବନ୍ଦୀନ ଷୋଳସହସ୍ର ସୁନ୍ଦରି ହେଲେ ଉଦ୍ଧାର।।

 

ଦୀପାବଳୀ ଦିନ ପୁର୍ବପୁରୁଷଙ୍କୁ ଦିଆଯାଏ ପିଣ୍ଡଦାନ

ଶାରୀରିକ ଓ ଆଧ୍ୟାତ୍ମିକ ପାଇଁ କରାଯାଏ ପୂଜନ

ଅନ୍ଧାର ରାତିରେ ପୁର୍ବପୁରୁଷଙ୍କୁ ହୁଏ ସମ୍ବୋଧନ

ବଡଵଡୁଆ ହୋ ଅନ୍ଧାରେ ଆସ ଆଲୁଏ କର ଗମନ।। 


ଦୀପାବଳୀ ପରେ ମା ଲକ୍ଷ୍ମୀଙ୍କୁ କରନ୍ତି ଆବାହନ

କୀଟ ପତଙ୍ଗ ମାନେ ସବୁ ହୁଅନ୍ତି ଦମନ

ଏହା ଅଟେ ବିଜ୍ଞାନ ସମ୍ମତ ଓ କାରଣ

ବ୍ୟବସାୟୀ ଭାଇମାନେ ଦୀପାବଳୀ ଦିନ

ପୁର୍ବ ବର୍ଷ ଖାତା କୁ କରନ୍ତି ନୁତନ।। 


ଦୀପାବଳୀ ଆତସବାଜି ରେ ଧରା ପ୍ରକମ୍ପିତ

ଅମାବାସ୍ୟା ର ଅନ୍ଧାର ଆଲୋକେ ଉଦଭାସିତ 

ଧନତରାସ ରୁପେ ଦୀପାବଳୀ ହୁଏ ପାଳିତ

ସୁଖ ଶାନ୍ତି ସମୃଦ୍ଧି ସବୁ ହୁଏ ବିକଶିତ।।


ଜନ ଜୀବନ ପାଇଁ ଆଣେ ଶାନ୍ତି ଓ ତୃପ୍ତି

ଦୀପାବଳୀ ସାଂସ୍କୃତିକ ଜୀବନେ ଦିଏ ସଂହତି

ଆନନ୍ଦେ ପୁଜିଲେ ସବୁ ଲାଗେ ପ୍ରିୟ ଅତି

ଦୁରେଇ ଯାଉ ଧରାରୁ ଅଶାନ୍ତି ର କାଳରାତ୍ରି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract