STORYMIRROR

Anusuya Debta

Abstract

3  

Anusuya Debta

Abstract

ମାଟି ଘର

ମାଟି ଘର

1 min
175

ଘର ତ୍ ଘର ମାଟିର ଘର

ଉପରେ ତାର ଚାଲ୍ ଛପର

ଦୂରରୁ ଦିଶେ କି ଅସୁନ୍ଦର

ଭିତରଟା ତାର ବଡ ସୁନ୍ଦର୍

ତାପକୁ ହରେ

ଶୀତଳ କରେ

ଦେହ ପାଇଁ ହିତକର।।

ଗ୍ରୀଷ୍ମ କାଳରେ ଦିଏ ଶୀତଳ

ବରଷା ତା ପାଇଁ ଅଟଇ କାଳ 

କାନ୍ଥରେ ଯେବେ ପଡଇ ଜଳ

ସରିଯାଏ ତାର ଖେଳ

ଶୋଷି ନିଏ ପାଣି

ଦିନ ରଖିଥ ଗଣି

ଭାଙ୍ଗିଯାଏ ତାର ଠାଣି।।

ଯାଇଛି ବଦଳି ଘରର ରୂପ

ନାହିଁ ଆଉ ସେ ମା ଟି ସ୍ବରୂପ

ବଦଳି ଯାଇଛି ତାହାରି ରୂପ

ଦେହରେ ତାହାର ବଳ ଅମାପ

ରହଇ ଟାଣ

ପକ୍କା ଚଟାଣ

ଖରା ବରଷା ନ ଆସେ ସମୀପ।।

ମାଟି ଘର ଏବେ ଗଲା ବଦଳି

ପକ୍କା ଘର କେତେ ଭଳି କି ଭଳି

ଉଠଇ ଆକାଶେ ଖୁଣ୍ଟ ଟେ ଭଳି

ଟେକି ରହିଅଛି ନବପାଦେ ଟଳି

ସିମେଣ୍ଟ ମାର୍ବଲ  

 ଛାତ ଟି ସମତୁଲ

ସୁଷମା ଯାଉଛି ବଳି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract