ମାଟି ଘର
ମାଟି ଘର
ଘର ତ୍ ଘର ମାଟିର ଘର
ଉପରେ ତାର ଚାଲ୍ ଛପର
ଦୂରରୁ ଦିଶେ କି ଅସୁନ୍ଦର
ଭିତରଟା ତାର ବଡ ସୁନ୍ଦର୍
ତାପକୁ ହରେ
ଶୀତଳ କରେ
ଦେହ ପାଇଁ ହିତକର।।
ଗ୍ରୀଷ୍ମ କାଳରେ ଦିଏ ଶୀତଳ
ବରଷା ତା ପାଇଁ ଅଟଇ କାଳ
କାନ୍ଥରେ ଯେବେ ପଡଇ ଜଳ
ସରିଯାଏ ତାର ଖେଳ
ଶୋଷି ନିଏ ପାଣି
ଦିନ ରଖିଥ ଗଣି
ଭାଙ୍ଗିଯାଏ ତାର ଠାଣି।।
ଯାଇଛି ବଦଳି ଘରର ରୂପ
ନାହିଁ ଆଉ ସେ ମା ଟି ସ୍ବରୂପ
ବଦଳି ଯାଇଛି ତାହାରି ରୂପ
ଦେହରେ ତାହାର ବଳ ଅମାପ
ରହଇ ଟାଣ
ପକ୍କା ଚଟାଣ
ଖରା ବରଷା ନ ଆସେ ସମୀପ।।
ମାଟି ଘର ଏବେ ଗଲା ବଦଳି
ପକ୍କା ଘର କେତେ ଭଳି କି ଭଳି
ଉଠଇ ଆକାଶେ ଖୁଣ୍ଟ ଟେ ଭଳି
ଟେକି ରହିଅଛି ନବପାଦେ ଟଳି
ସିମେଣ୍ଟ ମାର୍ବଲ
ଛାତ ଟି ସମତୁଲ
ସୁଷମା ଯାଉଛି ବଳି।।