Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anusuya Debta

Inspirational

4  

Anusuya Debta

Inspirational

ଉତ୍କଳର ବୀର ପୁତ୍ର "ନେତାଜୀ"

ଉତ୍କଳର ବୀର ପୁତ୍ର "ନେତାଜୀ"

1 min
244



ଉତ୍କଳ ପ୍ରଦେଶେ କଟକ ନଗରେ

ହୋଇଥିଲ ଜନ୍ମ ଏ ପୁଣ୍ୟ ତିଥିରେ

ମାତା ପ୍ରଭାବତୀ,ଜାନକୀ କୋଳରେ

ପରିଚିତ ହେଲ ନେତାଜୀ ନାମରେ ।


ଯେମିତି ତୁଳସୀ ବାସେ ଦି ପତରୁ

ସୁଗୁଣ ତୁମର ପିଲାଟି ଦିନରୁ

ଯୁବସାଥିଙ୍କ ର ସଂଗ୍ରାମୀ ଗୁରୁ

ସାଜିଥିଲ ଯେଣୁ ନ ଥିଲେ କେ ଭୀରୁ ।


ବାଗ୍ମୀ ବୀର ଦେହେ ଶତ ସିଂହ ବଳ

ଦେଶ ପ୍ରେମ ବହ୍ନି ଜାଳି ଦେଇଥିଲ

ତ୍ୟାଗ ଓ ସାହସ ନିର୍ଭୀକ ବିରଳ

ବ୍ୟକ୍ତିତ୍ଵ ତୁମର ଢେଉର ହିଲ୍ଲୋଲ ।


ଆହ୍ବାନ ଦେଲ ମତେ ରକ୍ତ ଦିଅ

ସ୍ୱାଧୀନତା ତୁମ ହାତେ ତୋଳି ନିଅ

ଭାରତୀୟ ଜୱାନ ଜାଗ୍ରତ ହୁଅ

ଫିରିଙ୍ଗି ମାନଙ୍କ ଯାତନା ନ ସହ ।


ଦେଶ ପାଇଁ ତୁମ ତ୍ୟାଗର ସଂଗ୍ରାମ

ଫିରିଙ୍ଗି ଙ୍କ ପାଇଁ ସତେ କିବ ଯମ

ସାଜିଥିଲ ତୁମେ ପୁରୁଷ ଉତ୍ତମ

ଆଜାଦ ହିନ୍ଦ୍ ଫୌଜ ସେନାର ମହିମ ।


ହେ ପ୍ରିୟ ନେତାଜୀ ନେତାଙ୍କର ନେତା

ଭୂଳିବୁନି କେବେ ତୁମ ମହାନତା

ଶତ୍ରୁ ଙ୍କୁ ଦମନ କରି ସାମରଥା

ଭେଟି ଦେଇଗଲ ପୂର୍ଣ୍ଣ ସ୍ଵାଧୀନତା ।


ଦେଶର ଗୌରବ ନେତାଜୀ ସୁବାଷ

ଦୁରେ ଥାଇ ତୁମେ ଦିଅ ହେ ଆଶିଷ

ଏ ଉତ୍କଳ ମାଟି ଏ ଭାରତ ବର୍ଷ

ସର୍ବଦା ବିଶ୍ୱରେ ରଖୁ ତାର ଯଶ ।


Rate this content
Log in

Similar oriya poem from Inspirational