STORYMIRROR

Anusuya Debta

Tragedy Inspirational

3  

Anusuya Debta

Tragedy Inspirational

ଅନ୍ଧକାର

ଅନ୍ଧକାର

1 min
201

ଏକ ଅସ୍ଥାୟୀ ଅବସ୍ଥା ଅନ୍ଧକାର

କିଛି କ୍ଷଣ ମଧ୍ୟେ ଏହା ହୁଏ ଦୂର

ହେଲେ ସାମର୍ଥ୍ୟ ତାହାର ଅକଳନ ଅଟେ

କ୍ଷଣେ କରେ ସବୁ ଚୁରମାର୍।।

 ସୂର୍ଯ୍ୟ ଅସ୍ତ ହେଲେ ତେଜ ଅପସରେ

କ୍ରମେ ଧରଣୀ ଶୁଅଇ ନିସ୍ତବ୍ଧରେ

ଘନ ଅନ୍ଧକାର ପ୍ରତିଭୂତ ହୁଏ

ଉନ୍ମାଦ ହୁଅନ୍ତି ନିଶାଚରେ।।

 ଯେବେ ମଣିଷ ମନରେ କ୍ରୋଧ ଜନ୍ମେ

ସନ୍ତୁଳନ ନଷ୍ଟ ହୁଏ କ୍ରମେ କ୍ରମେ

ଇନ୍ଦ୍ରିୟ ସଞ୍ଜମ ପଥହରା ହୁଏ

କ୍ରୋଧ ଅନ୍ଧକାରେ ମତି ଭ୍ରମେ।।

ଚକ୍ଷୁ ଥାଇ ବି ହୁଅଇ ନେତ୍ର ହିନ

ସୂର୍ଯ୍ୟ ତେଜ ଥାଇ ବି ସେ ତେଜାହିନ

କ୍ଷଣିକ ଭିତରେ ଭାଙ୍ଗିଯାଏ ସବୁ

ହେବାରୁ ମଣିଷ ଜ୍ଞାନ ଶୂନ୍ୟ।।

ଜମା ଦଣ୍ଡର ଯନ୍ତ୍ରଣା ନିଦାରୁଣ

ସାର ସଂସାର ଲାଗଇ ଅକାରଣ

ଚତୁର୍ଦ୍ଦିଗ ପ୍ରାୟ ଅନ୍ଧକାର ଲାଗେ

ହୁଏ ଯେବେ ବିହି ନିଦାରୁଣ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy