STORYMIRROR

Anusuya Debta

Tragedy

3  

Anusuya Debta

Tragedy

ଅଫୁଟା ଫୁଲ

ଅଫୁଟା ଫୁଲ

1 min
185

ଫୁଟିଲା ଫୁଲଟି କାନ୍ଦି କହିଥିଲା 

ଅଫୁଟା ଫୁଲକୁ ଚାହିଁ

ଯଉବନ ମୋର ବୃଥା ହୋଇଗଲା

ଆଶା ମରୀଚିକା ପରି।।


ଭାବିଥିଲି ଦିନେ ଫୁଟିଯିବି ମୁହିଁ

ଶୁଭ୍ର ପଖୁଡ଼କୁ ମେଳି

ସୁଗନ୍ଧ ମୋହର ଚହଟାଇ ଦେଇ

ହସୁଥିବି ଖିଲିଖିଲି।।


ମୋ ସୌନ୍ଦର୍ଯ୍ୟ ଗ୍ରାହି ଆକର୍ଷିତ ହେବେ

ଦେଖି ମୋ ରୂପ ଲାବଣ୍ୟ

ଶରଧାରେ ମୋତେ ନେଇ କରିଦେବେ

ପ୍ରଭୁ ପାଦରେ ଅର୍ପଣ।।


ଜୀବନ ମୋହର ହୋଇଯିବ ଧନ୍ୟ

ଶ୍ରୀପଦ ପଙ୍କଜେ ରହି

କରୁଥିବି ନୀତି ପ୍ରଭୁ ଦରଶନ

କୋଟି ପାପ ଯିବା ଧୋଇ।।


ଦାରୁଣ ଦଇବ କି ଅନ୍ୟାୟ କଳା

ସପନ ହେଲା ମୋ ଚୁର୍

ପ୍ରଭୁ ପାଦ ସେବା ଭାଗ୍ୟରେ ନୋହିଲ

ଚାଲିଗଲି ବହୁ ଦୂର।।


ପେମିକ ପାଗଳ ତୋଲିନେଇ ମୋତେ

ପ୍ରେମିକା ଗଭାରେ ଖୋସେ

ଋଷିଥିବା ମନ ତୋଷି ହୋଇଯାଏ

ହସିବା ମନ ମୋ ଋଷେ।।


ଅଫୁଟା ଫୁଲରେ କହୁ ଅଛି ତତେ

ଦୁନିଆଟl ବଡ ମନ୍ଦ

କାହା ମନା କଥା କେହି ନ ବୁଝନ୍ତି

ହୃଦୟ କବାଟ ହୋଇଛି ବନ୍ଦ।।


ମୋ ତୁଲ୍ୟ ସପନ ଦେଖିବୁନି ଜମା

ନ ରଖିବୁ ମନେ ଆଶା

ଆଶା ଭାଙ୍ଗି ଗଲେ କେତେ ଯେ ଯନ୍ତ୍ରଣା

ବର୍ଣ୍ଣିବାକୁ ନାହିଁ ଭାଷା।।


କହିଲା ଅଫୁଟା ଫୁଲ ସୁକୁମାରୀ

ଭାସିଲୁ କଥା ଗୋପନ

ହେଲେ ନିୟତି ନିୟମ ଭାଙ୍ଗି କି ପାରିବି

କର୍ମେ ଲେଖା ହୀନିମାନ।।


ଫୁଟି ନ ପାରିଲେ ଲୋକ ହସା ହେବି

ଜନ୍ମ ହେବା ଅକାରଣ

ଫୁଟି ଝଡିଯିବି ଭୂଇଁରେ ଲୋଟିବି

ହେବି ନାହିଁ ଆକର୍ଷଣ।।


ଅଫୁଟା ଫୁଲ ମୁଁ ବୁଝିଗଲି ସିନା

ଫୁଟିବାରେ ଯେଉଁ ମର୍ମ

ସତ୍ତା ହଜିଯାଏ ସପ୍ନ ଭାଙ୍ଗିଯାଏ

 ଯେବେ ଭାଗ୍ୟ ହରା ହୁଏ କର୍ମ।।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy