STORYMIRROR

Anusuya Debta

Others

3  

Anusuya Debta

Others

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
228

ପାପ ଆଉ ପୂଣ୍ୟ ଦୁଇଗୋଟି ଭାଇ

ଗୋଟିଏ ଗରଭରୁ ଜାତ ହୋଇ

ଏକକୁ ଆରେକ ବିପରୀତ ହୋଇ

ସଂସାରକୁ ମଧ୍ୟ ପାରନ୍ତି ନଚାଇ।।

ପାପ କବଳରେ ପଡ଼ିଲେ ମଣିଷ

ଜୀବନଟା ତାର ହୋଇଥାଏ ନାଶ

ନପାରେ ମୁକୁଳି ହୋଇଯାଏ ବଶ

ବୁଦ୍ଧି ବିକେକର ହୁଏ ସର୍ବନାଶ।।

ପାପୀ ବୋଲି ତାକୁ କହେ ଏ ଜଗତ

ଯଦି କରିପାରେ କେବେ ପ୍ରାୟଶ୍ଚିତ

ପାପ ହୁଏ ଦୂର ଏହା ସୁନିଶ୍ଚିତ

ପାପୀ ଜନ ହୋଇପାରେ ବି ମହତ।।

ହେଲେ ପ୍ରାୟଶ୍ଚିତ ନୁହେଁ ସହଜ ସାଧନ

ଯିଏ କରିପାରେ ପାପକୁ ଭକ୍ଷଣ

ତାହାକୁ ଆୟତ୍ତ କରିବାକୁ ଜନ

ସମର୍ପିତ କରେ ନିଜ ଅଭିମାନ।।

ଯିଏ କରିପାରେ ପୁଣ୍ୟକୁ ଆପଣା

ପ୍ରାୟଶ୍ଚିତ ହୁଏ ତା ପାଇଁ ଅଜଣା

ନ ଥାଏ ଭୟ କି ନଥାଏ ଯନ୍ତ୍ରଣା 

ପ୍ରାୟଶ୍ଚିତ ହୁଏ ସେଥି ବାଟବଣା ।

ପାପ କରି ନର କରେ ପ୍ରାୟଶ୍ଚିତ

ପାପର କବଳୁ ହେବାକୁ ମୁକତ

କିଏ କରେ ପୂଜା କିଏ ତୀର୍ଥ ବ୍ରତ

କେ ପୁଜେ ଅତିଥି ଚରଣ ସତତ୍।।

ଯଦ୍ୟପି ନ ଥାନ୍ତା ବିଶ୍ୱେ ପ୍ରାୟଶ୍ଚିତ

ନକର ପଥ ନ ହୁଅନ୍ତା ଅନ୍ତ

ଆଜୀବନ ହୋଇ ନର ସନ୍ତପିତ

ଭୋଗୁଥନ୍ତା ଦୁଃଖ କ୍ଲେଶ ଅପ୍ରମିତ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍