STORYMIRROR

Anusuya Debta

Others

4  

Anusuya Debta

Others

ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତି

1 min
283


ଧନୁ ମାସ ଗଲା ଏବେ ଆସିଲା ମକର

ଉତ୍ତରାୟଣ ଗମନେ ରବି ତତ୍ପର

   କ୍ରମେ ବୃଦ୍ଧି ହେବ ଦିନ

ଶୀତ ଅସ୍ତମିତ ହେବ ଆସ୍ଵସ୍ତିବେ ଜନେ ।।


 ଉତ୍କଳେ ମକର ସଂକ୍ରାନ୍ତି ଦକ୍ଷିଣେ ପୋଙ୍ଗଲ

ମହୋଦଧି ତଟେ ବଢେ ଭକ୍ତଙ୍କ ଗହଳ

    କଳ୍ପବଟ ପ୍ରଦକ୍ଷିଣ

କରି ପାଇଥାନ୍ତି ଜନେ କୋଟି ଜନ୍ମ ପୂଣ୍ୟ ।।


ମକର ସଂକ୍ରାନ୍ତି ଦିନ ସଂକ୍ରାନ୍ତି ଦେବୀ

ଶଙ୍କରାସୁରକୁ ବଧି ହେଲେ ଗୃହଦେବୀ

  ତାଙ୍କ ପୂଜା ଆରାଧନେ

କଳା ଗୋରା ଭେଦ ଭାବ ନରଖିବା ମନେ ।।


ଶ୍ଵେତ ଚାଉଳ ସହିତେ କଳା ରଙ୍ଗ ରାଶି

କ୍ଷୀର ଗୁଡ଼ ସହିତରେ ଆଖୁ ଅଦା ମିଶି

   ହୁଏ ମକର ଚାଉଳ 

ସେଇ ଚାଉଳରେ ଅଛି ଏକତାର ମେଳ ।।


ଉତ୍କଳ ପ୍ରଦେଶେ ପ୍ରତି ପୁରପଲ୍ଲୀ ଠାରେ

ମକର ପାଳନ ହୁଏ ମହା ଆନନ୍ଦରେ

    ହୁଏ ଦେବ କାର୍ଯ୍ୟ ନୀତି

ଦର୍ଶନେ ପୂଣ୍ୟ ମିଳଇ ଚତୁର୍ଦ୍ଧା ମୂରତି ।।


ଝିଅ ବୋହୂ ମାନେ ମିଶି ମକର ବସନ୍ତି

ଅତି ଯତ୍ନରେ ଦେବାଦେବୀଙ୍କୁ ପୂଜନ୍ତି

   ଖାଇ ମକର ଚାଉଳ 

ସମ୍ପର୍କର ସେତୁ ଗଢି ଦିଅନ୍ତି ସଅଳ।।


ଭେଦଭାବ ଭୁଲି ସର୍ବେ ଜଗତର ଜନ

ବାଣ୍ଟିଯିବା ସୁଖ ଦୁଃଖ ଭୁଲି ଅଭିମାନ

   ଏଇ ମକର ମିଳନେ

ପରସ୍ପର ମିଶି ଯିବା ଏକାକାର ମନେ।

 


    


Rate this content
Log in