STORYMIRROR

Anusuya Debta

Classics

3  

Anusuya Debta

Classics

ଚିଠି

ଚିଠି

1 min
264

ଆଜି ମନୁଆ ର ଶୁଭ ଜନ୍ମଦିନ

ଖୋଜୁଛି ପୁଅକୁ ମା ମନ

କେତେ ଦିନ ହେଲା ଦେଖିନି ଥରୁଟିଏ

ଦେଖିବାକୁ ମନ ଛନ୍ ଛନ।।

ଆଜି ମା ର ମମତା ଖୋଜୁଛି

ପୁଅ ଆସିବାର ବାଟ ଦେଖୁଛି

ହୃଦୟକୁ ବଡ ନିଷ୍ଠୁର କରି ସେ

ପୁଅର ବିଚ୍ଛେଦ ସହିଛି।।

 ମନୁଆ କରିଥିଲା ଟେଲିଫୋନ

ପାଞ୍ଚ ବର୍ଷ ପରେ ହେବ ଆଗମନ

ବାରତା ପାଇଣ ବୁଢ଼ୀ ମାଆ ଆଜି

ରନ୍ଧିଛି ଜାଣି କି ପୁଅ ମନ।।

ଖଟରେ ପଡ଼ିଛି ବୁଢ଼ା ବାପ୍

ବଳ ନାହିଁ ଧୋକିବାକୁ ଛେପ

ରୋଗରେ ପଡି ସେ ଛଟ ପଟ ହୋଇ

ଛାତି ହେଉଛି ତା ଦପ୍ ଦପ।।

ତଥାପି ମନରେ ଭରିଛି ଆଶା

ଶେଷ ବେଳେ ହେବ ପୁଅ ଭରସା

ଜୀବନ ତାଙ୍କର ସଫଳ ହୋଇବ

ପୂର୍ଣ୍ଣ ହେବ ଶେଷ ଅଭିଳାଷା।।

ଅକସ୍ମାତ୍ ଆସି ଡାକବାଲାଟି

ଧରାଇ ବୁଢୀମା ହାତରେ ଚିଠି

କହିଲା ବିଦେଶୁ ପୁଅ ପଠେଇଛି

ରଖିଥାଏ କାନିରେ ପକାଇ ଗଣ୍ଠି।।

 କହିଲା ମାଆ ଟି ଧନରେ ମୋର

ଜାଣିଛୁ ଅଟଇ ମୁଁ ନିରକ୍ଷର

ଚିଠି ପଡି ଥରେ ଶୁଣାଇ ଦେଇଯା

ଈଶ୍ୱର କରିବେ ମଙ୍ଗଳ ତୋର।।

ଚିଠି ପଢ଼ି ଯେବେ ସୁଣାଇଦେଲା

ମାଆ ପାଦତଳୁ ମାଟି ଖସିଲା

ପୁଅ ଲେଖିଥିଲା ଆସିପାରିବନି

ସ୍ତ୍ରୀ ଘରେ କରୁଅଛି ଝାମେଲା।।

କହିଛି ଯିବ ସେ ବାପା ଘରକୁ

ଯେବେ ଯିବି ମୁହିଁ ତୁମ ପାଖକୁ

ଅଭିମାନ କରି ଋଷିି ବସିଛି ସେ

ମନେଇବି କହ କେମିତି ତାକୁ।।

ଚିଠି ପଢ଼ିସାରି ଡାକବାଲାଟି

ଦେଖେ ବୁଢ଼ୀ ତଳେ ଯାଇଛି ଲୋଟି

ଧାର ଧାର ଲୁହ ବୋହି ଯାଉଅଛି

କପାଳେ ମାରିଛି ହାତ ଦୁଇଟି।।

ବୁଢ଼ା ବାପା ଖଟେ ଯାଇଛି ଲୋଟି

ସରିରୁ ଯାଇଛି ପ୍ରାଣ ବି ହଟି

ଆଶା ଭାଙ୍ଗି ଦେଲା ପରାଣ ବି ନେଲା

ପୁଅ ଦେଇଥିବା ଶେଷ ଚିଠି ଟି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics